ମାଲକାନଗିରି ଚମ୍ପାଖାରୀ ନିକଟରେ ଦୁର୍ଘଟଣା : ୨ ବାଇକ୍ ମୁହାଁମୁହିଁ ଧକ୍କା; ଡିଭିଏଫ ଯବାନ ମୃତ

ମାଲକାନଗିରି ଚମ୍ପାଖାରୀ ନିକଟରେ ଦୁର୍ଘଟଣା । ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ଡିଭିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ବୋଦ୍ରାପାଲି ଗ୍ରାମର ବିଶ୍ବନାଥ ମାଡକାମୀ।ସୂଚନା ଅନୁଯାୟୀ, ରବିବାର ରାତି ୧୦ଟା ବେଳେ ଡିଭିଏଫ୍ ଯବାନ ବିଶ୍ବନାଥ ବାଇକରେ ଏକୁଟିଆ ଡିଉଟି କରିବା ପାଇଁ ଘରୁ ମାଲକାନଗିରିକୁ ଆସୁଥିଲେ । ଅନ୍ୟ ପଟୁ ଗୋଟିଏ ବାଇକରେ ମାଥିଲି ବ୍ଲକ ଅନ୍ତର୍ଗତ କାଳିପୂଜାରୀଗୁଡାର ବଳରାମ ପୂଜାରୀ, ମାଲକାନଗିରି ବ୍ଲକର ଗୁନିଆଗୁଡା ଗ୍ରାମର ସୁନ୍ଦର କୋପେ ଓ ବନ୍ଧୁଗୁଡା ଗ୍ରାମର ବଳ ପୂଜାରୀ ସୁକୁମାରୁ କାମ ସାରି ୩ଜଣ ନିଜର ଘରକୁ ଫେରୁଥିଲେ ।

Leave A Reply

Your email address will not be published.