ଅଜିତ୍ ପାୱାରଙ୍କ ଏଣ୍ଟ୍ରି ପରେ ମହାରାଷ୍ଟ୍ରରେ ପାୱାର ପଲିଟିକ୍ସ । ଅର୍ଥ ମନ୍ତ୍ରାଳୟକୁ ନେଇ ଛିଡୁନି ଅଙ୍କ? କିଏ ହେବ ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ?

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଘମାସନ ଭିତରେ ପାୱାର ପଲିଟିକ୍ସର ଗେମ୍ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ହେଇସାରିଥିବାବେଳେ, ଏବେ ବିଭାଗ ବଣ୍ଟାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

gpkandhamal

କେଉଁ ନେତା କେଉଁ ବିଭାଗ ପାଇବେ? କାହାକୁ କେଉଁ ବିଭାଗ ମିଳିବ? ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଇଛି । ହେଲେ ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ କାହାକୁ ମିଳିବ, ସେ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଗତ କିଛି ଦିନ ଧରି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଥିଲା । କୁହାଯାଉଥିଲା ଅଜିତ୍ ପାୱାରଙ୍କ ଏଣ୍ଟ୍ରି ପରେ ଏକନାଥ ସିନେ୍ଧଙ୍କ ହାତରୁ କ୍ଷମତା ହଟେଇ ନିଆଯାଇପାରେ ଏବଂ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ । ହେଲେ ଏହି ଚର୍ଚ୍ଚା ଥମିବା ପରେ ଏବେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହେଇଛି ।

Umasankar Adv
Leave A Reply

Your email address will not be published.