୨୦୭୫ରେ ଆମେରିକାକୁ ଟପିବ ଭାରତ: ଦ୍ବିତୀୟ ବଡ଼ ମହାଶକ୍ତି ହେବ

ନୂଆଦିଲ୍ଲୀ: କିଛି ଦଶଦ୍ଧି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ଏକ ବୃହତ ମହାଶକ୍ତିରେ ପରିଣତ ହେବ। ଜାପାନ କିମ୍ବା ଜର୍ମାନି ନୁହେଁ, ଏହା ଆମେରିକାକୁ ଅତିକ୍ରମ କରିଯିବ। ୨୦୭୫ ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବଡ଼ ମହାଶକ୍ତି ଭାବେ ଉଭା ହେବ ବୋଲି ଇନଭେଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କର ଗୋଲ୍ଡମ୍ୟାନ୍‌ ସଚ୍‌ସ ଏହାର ରିପୋର୍ଟରେ ଆକଳନ କରିଛି। ଭାରତ ଏବେ ବିଶ୍ବର ପଞ୍ଚମ ବଡ଼ ଆର୍ଥିକ ମହାଶକ୍ତି ହୋଇରହିଛି। ଏହା ଉପରେ ଜର୍ମାନି, ଜାପାନ, ଚୀନ୍‌ ଓ ଆମେରିକା ରହିଛନ୍ତି। ଆମେରିକା ଏବେ ଶୀର୍ଷ ସ୍ଥାନରେ ଥିବା ବେଳେ ସେହି ସ୍ଥାନ ପ୍ରତି ଚୀନ୍‌ ବିପଦ ସୃଷ୍ଟି କରିବ। ଗୋଲ୍ଡମ୍ୟାନ୍‌ ସଚ୍‌ସ ଜଣାଇଛି ଯେ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତ ପାଇଁ ଏହାର ଜନସଂଖ୍ୟା ହିଁ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ। ବର୍ତ୍ତମାନ ପ୍ରାୟ ୩.୭୫ ଲକ୍ଷ କୋଟି ଡଲାର ପାଖାପାଖିର ଅର୍ଥନୀତି ଥିବା ଭାରତ ୨୦୭୫ ବେଳକୁ ୫୨.୫ ଟ୍ରିଲିଅନ ଡଲାରରେ ଏକ ବିଶାଳ ଅର୍ଥନୀତିରେ ପରିଣତ ହେବ। ୫୭ ଟ୍ରିଲିଅନ ଡଳାର ଅର୍ଥନୀତି ସହ ଚୀନ୍ ଏକ ନମ୍ବର ସ୍ଥାନରେ ରହିଛି। ଆମେରିକା ଭାରତ ତଳେ ୫୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ସହ ତୃତୀୟ ସ୍ଥାନରେ ରହିବ। ୨୦୧୪ରେ ଭାରତ ଅର୍ଥନୀତିର ଆକାର ୨ ଟ୍ରିଲିଅନ ଡଲାର ଥିଲା। ଏକ ଟ୍ରିଲିଅନ ହେଉଛି ଏକ ଲକ୍ଷ କୋଟି ସହ ସମାନ।

Leave A Reply

Your email address will not be published.