ହିରୋ ମୋ ସାମ୍ନାରେ ଠିଆ ହୋଇ ପାରନ୍ତି ନାହିଁ

ଶେଷରେ ଅପେକ୍ଷାର ଅନ୍ତ ହେଇଛି! ଶାହରୁଖ ଖାନଙ୍କ ବହୁ ଅପଡେଟ୍ ଫିଲ୍ମ ‘ଜୱାନ୍’ର ଟ୍ରେଲର ରିଲିଜ୍ ପୂର୍ବରୁ ଏକ ଭିଡିଓ ରିଲିଜ୍ ହୋଇଛି। ଏହାକୁ ”ଜୱାନ୍’ର ପ୍ରିଭ୍ୟୁ କୁହାଯାଉଛି। ଏଥିରେ ଶାହାରୁଖ ଖାନ ମୁଖ୍ୟ ଭୂମିକାରେ ଥିବା ବେଳେ ତାମିଲ ନିର୍ଦ୍ଦେଶକ ଏଟ୍‌ଲୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଶାହରୁଖଙ୍କ ବ୍ୟତୀତ ‘ଜୱାନ’ରେ ନୟନନ୍ତରା, ବିଜୟ ସେତୁପତି ଏବଂ ସାନ୍ନ୍ୟା ମଲହୋତ୍ରା ମଧ୍ୟ ଅଭିନୟ କରିଛନ୍ତି। ୨ ମିନିଟ୍ ୧୨ ସେକେଣ୍ଡର ଏହି ଭିଡିଓରେ ଶାହାରୁଖଙ୍କୁ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ଏଥି ସହିତ ଭିଡିଓରେ ଥିବା ଦୀପିକା ପାଦୁକୋନଙ୍କ ଝଲକ ମଧ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜୱାନ୍’ର ଟ୍ରେଲର ରିଲିଜ୍‌ ହେବା ପୂର୍ବରୁ ଏହି ଭିଡିଓରେ ଶାହରୁଖ ଖାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଏହା ସହିତ ନୟନତାରାଙ୍କ ଷ୍ଟାଇଲ୍ ଏବଂ ଲୁକ୍ ମଧ୍ୟ ଖୁବ ଚମତ୍କାର ହୋଇଛି। ବିଜୟ ସେତୁପତିଙ୍କ କେବଳ ହାଲ୍‌କା ଝଲକ ଦେଖିବାକୁ ମିଳିଛି। ଏଥି ସହିତ ଦୀପିକା ପାଦୁକୋନଙ୍କୁ ଏକ ବିଶେଷ ଲୁକ୍‌ରେ ଉପସ୍ଥାପନା କରାଯାଇଛି। ସେ ଦକ୍ଷିଣ ଭାରତୀୟ ଲୁକ୍‌ରେ ନଜର ଆସିଛନ୍ତି ଏବଂ ବର୍ଷାରେ ଭିଜୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଟେକି କଚିଦେବାର ଦେଖିବାକୁ ମିଳୁଛି।

Leave A Reply

Your email address will not be published.