ଜଟାଧାରୀ ବେଶରେ ଅକ୍ଷୟ କୁମାର

ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସ ଭଗବାନ ଶିବଙ୍କ ପ୍ରିୟମାସ ବୋଲି କୁହାଯାଏ। ଶିବ ଭକ୍ତମାନେ ବିଭିନ୍ନ ଶିବ ମନ୍ଦିରରେ ମହାଦେବଙ୍କୁ ପୂଜା କରିବାରେ ବ୍ୟକ୍ତ। ଏତେ ଭୋଲେ ବାବାଙ୍କ ନା’ ସବୁଆଡେ ପ୍ରତିଧ୍ୱନିତ ହେଉଛି। ଏହି ସମୟରେ ଏକ ବଲିଉଡ ଫିଲ୍ମ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ନାଁ ହେଉଛି ‘ଓ ମାଇ ଗଡ୍ ୨’। ଏଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ। ଖୁବ୍ ଶୀଘ୍ର ଏହାର ଟିଜର ରିଲିଜ୍ ହେବାକୁ ଯାଉଛି। ତେବେ ପ୍ରଶଂସକମାନେ ପସନ୍ଦ କରୁଥିବା ଏହି ଫିଲ୍ମରୁ ଅକ୍ଷୟ କୁମାରଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି।ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ଏହା ସହିତ ସେମାନେ ଅକ୍ଷୟ କୁମାରଙ୍କୁ ନିବେଦନ ମଧ୍ୟ କରିଛନ୍ତି ଯେ ଏହି ଫିଲ୍ମରେ ଯେପରି ସନାତନ ଧର୍ମଙ୍କୁ ପରିହାସ ନ କରାଯାଏ। ନୂଆ ଲୁକ୍‌ରେ ଅକ୍ଷୟ କୁମାର ମଥାରେ ପାଉଁଶ, ବେକରେ ରୁଦ୍ରାକ୍ଷ ମାଳା ପିନ୍ଧି ଜଟାଧାରୀ ବେଶରେ ନଜର ଆସିଛନ୍ତି।

Leave A Reply

Your email address will not be published.