ବାହାନଗା ଟ୍ରେନ ଦୁର୍ଘଟଣା ମାମଲା: ଜେଲ୍‌ ଫେରିଲେ ୩ ଅଭିଯୁକ୍ତ

ଭୁବନେଶ୍ବର : ହାନଗା ରେଳ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କର ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ତିନିଜଣଙ୍କୁ ପୁଣି ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଗିରଫ ୩ ଅଭିଯୁକ୍ତ ନିଲମ୍ବିତ ସିନିଅର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଦୁଇଟି ପର୍ଯ୍ୟାୟରେ ୮ଦିନ ରିମାଣ୍ଡରେ ଆଣିଥିଲା ସିବିଆଇ। ଆଜି ରିମାଣ୍ଡ ଶେଷ ହେବା ପରେ ସେମାନଙ୍କୁ ପୁଣି ଜେଲକୁ ପଠାଇ ଦିଆଯାଇଛି। ରିମାଣ୍ଡ ଅବଧି ସମୟରେ ଅଭିଯୁକ୍ତମାନଙ୍କର ଟିକିନିଖି ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍। ଦୋଷତ୍ରୁଟିର ପ୍ରମାଣ ମଧ୍ୟ ସଂଗ୍ରହ କରିଛି। ସେମାନଙ୍କ ବୟାନ ଓ ତଦନ୍ତ ଆଧାରରେ ଷ୍ଟେସନ୍‌ ମାଷ୍ଟର୍‌, ସହକାରୀ ଷ୍ଟେସନ ମାଷ୍ଟରଙ୍କ ସମେତ ୪ ଜଣଙ୍କୁ ପୁଣି ଜେରା କରାଯାଇଛି। ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.