ଏବେ ଆତ୍ମ ନିର୍ଭରଶୀଳ ହେବେ କନ୍ଧମାଳ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ..

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ନିମନ୍ତେ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଏବେ ଭୁବନେଶ୍ଵର କି ବ୍ରହ୍ମପୁର ନୁହେଁ ନିଜ ଜିଲ୍ଲା ରେ ମାଗଣା ପ୍ରଶିକ୍ଷଣ ପାଇ ପାରିବେ । ଆଗକୁ ହେବାକୁ ଥିବା ସର୍ବ ଭାରତୀୟ ଲୋକ ସେବା ଓ ଓଡିଶା ଲୋକସେବା ଆୟୋଗ ଦ୍ୱାରା ହେଉଥିବା ପରୀକ୍ଷା ରେ ଭାଗନେଇ କିପରି କୃତ କାର୍ଯ୍ୟ ହୋଇପାରିବେ ସେଥିପାଇଁ ଏକ ନିଶୁଳ୍କ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶୀଷ ଈଶ୍ୱର ଏକ ପ୍ରୟାସ ଆରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମକୁ ପରିଚାଳନା ଦାୟିତ୍ୱ ଆଇଟିଡ଼ିଏ ଫୁଲବାଣୀ କୁ ଦିଆଯାଇଛି।ଯୁବକ ଯୁବତୀ ଙ୍କ ବୟସ ସୀମା 19 ବର୍ଷ ରୁ 32 ବର୍ଷ ରୁ କମ ରଖାଯାଇଛି । ଶିକ୍ଷାଗତ ଯୋଗ୍ୟତା ଅତି କମରେ ଯେକୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶକ୍ୟ।ଏଥି ପାଇଁ ପିଲାମାନଙ୍କୁ ଆସନ୍ତା 23 ଜୁଲାଇ ରେ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଭାଗ ନେବା ସହିତ 27 ଜୁଲାଇ ରେ ହେବାକୁ ଥିବା ମୌଖିକ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ପଡିବ। ଜିଲ୍ଲାରେ ବହୁ ଗରିବ ମେଧାବୀ ଛାତ୍ର ଛାତ୍ରୀ ଆର୍ଥିକ ଅଭାବ ଯୋଗୁ ସର୍ବ ଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷା ହେଉ କିମ୍ବା ଓଡିଶା ଲୋକସେବା ଆୟୋଗ ଦ୍ୱାରା ହେଉଥିବା ପରୀକ୍ଷା ରେ ଉର୍ଣ୍ଣତ ମାନର ପ୍ରଶିକ୍ଷଣ ପାଇନପାରି ଭାଗନେଇ ପାରୁନଥିଲେ।ଏହି କାର୍ଯ୍ୟକ୍ରମ ରେ ସବୁ ବର୍ଗର 60ଜଣ ଛାତ୍ର ଛାତ୍ରୀ ଙ୍କୁ ଚୟନ କରାଯାଇ କୋଚିଂ ଦିଆଯିବ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ନରେଶ ଚନ୍ଦ୍ର ଶବର ସୁଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଏପରି ପ୍ରୟାସ କୁ ସବୁ ମହଲରୁ ସ୍ୱାଗତ କରାଯାଉଛି।

Leave A Reply

Your email address will not be published.