କଟକ ଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଅଧିଷ୍ଠାତ୍ରୀ ଦେବୀଙ୍କ ଦର୍ଶନ କଲେ

କଟକ: କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଡ଼କ ପଥରେ ଯାଇ କଟକରେ ପହଞ୍ଚିଲେ ସେ। ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥିବାବେଳେ ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି। ମନ୍ଦିର ନିକଟରେ ହୁଳୁହୁଳିରେ କମ୍ପିଉଠିଲା ପରିବେଶ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ଆଜି ମା ସୁନାବେଶରେ ଦର୍ଶନ ଦେଇଛନ୍ତି। ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ଉଭୟଙ୍କୁ ମନ୍ଦିରର ନୀତିକାନ୍ତି ସଂପର୍କରେ ସବିଶେଷ ସୂଚନା ସଦଇଛଥିଲେ।  ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ କରମର୍ଦନ କରିଛନ୍ତି। ପରେ ରାଷ୍ଟ୍ରପତି ଶୈଳଵାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ତାପରେ ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କୁ ମାଲ୍ୟାର୍ପଣ କରି ପରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ଏପରିକି ଓଡ଼ିଆ ଝିଅ ଶ୍ରୀ ମୁର୍ମୁଙ୍କୁ ଭେଟିବା ପାଇ ବେଶ ଉତ୍ସାହିତ ରହିଛନ୍ତି କଟକବାସୀ। ଏପରିକି ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ସଭିଏଁ କିଛି ନା କିଛି ଉପହାର ସ୍ଵରୂପ ଭେଟି ନେଇ ଆସିଛନ୍ତି ରାଷ୍ଟ୍ରପତିଙ୍କ ପାଇଁ।

Leave A Reply

Your email address will not be published.