ଧମକ ଦେଇ କ୍ରିକେଟର୍‌ ଯୁବରାଜ ସିଂହଙ୍କ ମାଆଙ୍କଠାରୁ ଟଙ୍କା ନେବାକୁ ଉଦ୍ୟମ କରିଥିବା ମହିଳା ଗିରଫ

ଗୁରୁଗ୍ରାମ: କ୍ରିକେଟ୍‌ ଖେଳାଳି ଯୁବରାଜ ସିଂହଙ୍କ ମାଆ ଶବ୍‌ନମ୍‌ ସିଂହଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।‘ଡିସିପି’ (ପୂର୍ବାଞ୍ଚଳ) ନୀତୀଶ ଅଗରୱାଲ୍‌ କହିଛନ୍ତି, ଗତବର୍ଷ ଅଭିଯୁକ୍ତାଙ୍କୁ ଯୁବରାଜ ସିଂହଙ୍କ ସାନଭାଇଙ୍କ ତତ୍ତ୍ବାବଧାରିକା ଭାବେ ରଖାଯାଇଥିଲା। କିନ୍ତୁ, କାର୍ଯ୍ୟ ସନ୍ତୋଷଜନକ ମନେ ନ‌ ହେବାରୁ ତାଙ୍କୁ ବାହାର କରିଦିଆଯାଇଥିଲା। ମାତ୍ର ବର୍ଷେ ପରେ ଅଭିଯୁକ୍ତା ଯୁବତୀ ଫୋନ୍‌ କରି ଶବ୍‌ନମ୍‌ ସିଂହଙ୍କୁ ଧମକ ଦେଲେ ଯେ, ୪୦ ଲକ୍ଷ ଟଙ୍କା ନ ଦେଲେ ମିଥ୍ୟା ମାମଲା ରୁଜୁ କରି ସେ ତାଙ୍କ ପରିବାରକୁ ବଦନାମ କରିଦେବେ।

Leave A Reply

Your email address will not be published.