ଚାକିରିରୁ ବିଦା ହେଲେ ଅବକାରୀ ବିଭାଗର ୩ କର୍ମଚାରୀ

ଭୁବନେଶ୍ୱର: ବିଶୃଙ୍ଖଳା ଆଚରଣ ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲେ ଅବକାରୀ ବିଭାଗର ୩ କର୍ମଚାରୀ । ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ବିଶୃଙ୍ଖଳିତ ଅଧିକାରୀଙ୍କ ପ୍ରତି କଠୋର ହୋଇଛନ୍ତି । କନଷ୍ଟେବଳ ଆର.ଭେଙ୍କଟେସ କୁମାର, ASI ଅରୋପାଳକ ଦାସ ଓ କନଷ୍ଟେବଳ ତ୍ରିଲୋଚନ ରାଇଛେତିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଚାକିରିରୁ ବିଦା କର୍ମଚାରୀମାନେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକକୁ ଏସକଟ କରି ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ୩ କର୍ମଚାରୀଙ୍କ ବିରୋଧରେ ପଟ୍ଟାଙ୍ଗୀ ଥାନାରେ ମାମଲା ରୁଜୁ ହୋଇଥିଲା । ୩ ଜଣ ଗିରଫ ହୋଇ ୧୦ମାସ ଧରି ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

Leave A Reply

Your email address will not be published.