୩୫ ବର୍ଷ ପରେ ବନ୍ୟା ଉଦ୍ଧାର ଅଭିଯାନ ବେଳେ ମାଆକୁ ପାଇଲା ପୁଅ

ପଟିଆଲା: ଗତ ସପ୍ତାହରେ ବନ୍ୟା ଉଦ୍ଧାର ଅଭିଯାନରେ ସ୍ବେଚ୍ଛାସେବୀ ହୋଇଯାଇଥିବା ଜଗଜିତ ସିଂହ ଦୀର୍ଘ ୩୫ ବର୍ଷ ତାଙ୍କ ମାଆଙ୍କୁ ପାଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ପ୍ରାୟ ୩ ଦଶନ୍ଧି ପରେ ଜୁଲାଇ ୨୦ ତାରିଖ ଦିନ ଜଗଜିତ୍‌ ପଟିଆଲା ଅଞ୍ଚଳର ବୋହାରପୁର ଗାଁ’ରେ ଥିବା ମାମୁଘରେ ମାଆ ହର୍‌ଜିତ୍ କ‌ୌର୍‌ଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ଜଗଜିତଙ୍କୁ ୬ ମାସ ହୋଇଥିବା ବେଳେ ତାଙ୍କ ବାପା ମରିଯାଇଥିଲେ। ଜଗଜିତଙ୍କୁ ୨ ବର୍ଷ ହେବା ପରେ ମାଆ ହର୍‌ଜିତ୍‌ ପୁନର୍ବିବାହ କଲେ। ତେଣୁ, ଜଗଜିତ୍‌ଙ୍କୁ ତା’ର ଜେଜେଜେଜୀ ନେଇ ଆସିଲେ। ବଡ଼ ହେବାରୁ ସେମାନେ ଜଗଜିତଙ୍କୁ କହିଲେ ଯେ, ଦୁର୍ଘଟଣାରେ ତା’ର ବାପାମାଆ ମରିଯାଇଛନ୍ତି।କ୍ବାଦିଆନ୍‌ସ୍ଥିତ ଗୁରୁଦ୍ବାରରେ ଭଜନ ଗାୟନ କରୁଥିବା ଜଗଜିତ୍‌ ବନ୍ୟା ଉଦ୍ଧାର ଅଭିଯାନରେ ସାମିଲ ହୋଇ ‘ଭାଇ ଘାନୈୟା ଜି’ ନାମରେ ‘ଏନ୍‌ଜିଓ’ ଟିମ୍‌ରେ ପଟିଆଲାରେ ପହଞ୍ଚିଥିଲେ। ଜଗଜିତ୍‌ କହିଛନ୍ତି, ମୁଁ ପଟିଆଲାରେ ଉଦ୍ଧାର କାର୍ଯ୍ୟ କରୁଥିବା ବ‌େଳେ ମୋର ଜଣେ ପିଉସୀ ମତେ କହିଲେ ଯେ, ମୋ ମାମୁଘର ବି ପଟିଆଲାରେ। କିନ୍ତୁ, ବୋହାରପୁର ଗାଁରେ ମୋ ମାମୁଘର ବୋଲି ସେ କବେଳ ସୂଚନା ଦେଲେ। ତା’ପରେ ଜଗଜିତ୍‌ ସେ ଗାଁ’ରେ ପହଞ୍ଚି ଆଈ  ପ୍ରୀତମ୍‌ କ‌ୌର୍‌ଙ୍କୁ ଭେଟି ସବୁ କଥା ପଚାରିବାରୁ ସତ ଜଣାପଡ଼ିଲା। ଏବେ ଗୋଡ଼ ଧରୁ ଥିବାରୁ ଠିକ୍‌ ଭାବରେ ଚାଲିପାରୁ ନ ଥିବା ହର୍‌ଜିତ୍‌ କୌର୍‌ ତାଙ୍କ ପ୍ରଥମ ପୁତ୍ରକୁ ଦେଖି କୋଟିନିଧି ପାଇବା ପରି ମନେକରୁଛନ୍ତି। ଖାଲି ସେତିକି ନୁହେଁ, ବୋହୂ, ୧୪ ବର୍ଷୀୟ ନାତୁଣୀ ଓ୮ ବର୍ଷିୟ ନାତି ଥିବା କଥା ଜାଣି ତାଙ୍କର ଆନନ୍ଦ କହିଲେ ନ ସରେ।

Leave A Reply

Your email address will not be published.