ଆଜିଠୁ କମିବ ବର୍ଷାର ପରିମାଣ 

ରାଜ୍ୟରେ ଆଜିଠୁ କମିବ ବର୍ଷାର ବିସ୍ତୃତି ଓ ପରିମାଣ । ସକ୍ରିୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଛତିଶଗଡମୁହାଁ । ଫଳରେ ଆଜିଠୁ ରାଜ୍ୟରେ ବର୍ଷା ପ୍ରଭାବ ହ୍ରାସ ସମ୍ଭାବନା ରହିଛି । ୪ରୁ ୫ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ନିଅଣ୍ଟିଆ ବର୍ଷା ପାଇଁ ଚାଷ ଜମି ଫାଟି ଆଁ କଲାଣି । ଆଉ କେଉଁଠି ପ୍ରବଳ ବର୍ଷା ପାଇଁ ପାଣି ବୁଡିଲାଣି ଫସଲ । ମୌସିମୀର ଏପରି ଲୁଚକାଳି ଖେଳ ପାଇଁ ଚଷା ପୁଅ ହତାସ ହେଲାଣି । ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ଚଳିତ ମାସରେ ସବୁଠୁ କମ୍ ବର୍ଷା ରେକର୍ଡ କରାଯାଇଛି ।

gpkandhamal

ବର୍ଷାର ଅଭାବରୁ ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ିବାର ସମ୍ଭାବନା ରହିଛି । କାରଣ ବର୍ଷା ଅଭାବରୁ ଖରିଫ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଚଳିତ ଖରିଫ ଋତୁରେ ଧାନ ଠାରୁ ଆରମ୍ଭ କରି ସୋୟାବିନ ଉତ୍ପାଦନ ହ୍ରାସ ପାଇପାରେ । ସ୍ୱଳ୍ପ ବର୍ଷା ଯୋଗୁଁ ଆଗାମୀ ରବି ଋତୁରେ ଗହମ, ସୋରିଷ ସମେତ ଅନ୍ୟାନ୍ୟ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗହମ ଚାଷ ପାଇଁ ଜମିରେ ଆର୍ଦ୍ରତା ଜରୁରୀ । ଚଳିତ ମୌସୁମୀ ବର୍ଷାରେ ଜମିରେ ଆଦ୍ରତା ନଥିବାରୁ ଗହମ ଉତ୍ପାଦନ ସିଧାସଳଖ ପ୍ରଭାବିତ ହୋଇପାରେ । ଯାହାଦ୍ୱାରା ସମ୍ପୂର୍ଣ୍ଣ ଭାବେ କୃଷି ଉପରେ ନିର୍ଭରଶୀଳ ଗ୍ରାମାଂଚଳ ଅର୍ଥନୀତି ଓ ଦେଶର ଆର୍ôଥକ ଅଭିବୃଦ୍ଧି ଉପରେ ପ୍ରଭାବ ପଡ଼ିପାରେ ।

Umasankar Adv
Leave A Reply

Your email address will not be published.