କ୍ଷାଗତ ଯୋଗ୍ୟତା ମେକାନିକାଲ୍‌ ଡିପ୍ଲୋମା ଇଞ୍ଜିନିୟର୍। କିନ୍ତୁ ନିଶା ଗୁପ୍‌ଚୁପ୍ ତିଆରି କରିବା

ସେମିଳିଗୁଡ଼ା: ଶିକ୍ଷାଗତ ଯୋଗ୍ୟତା ମେକାନିକାଲ୍‌ ଡିପ୍ଲୋମା ଇଞ୍ଜିନିୟର୍। କିନ୍ତୁ ନିଶା ଗୁପ୍‌ଚୁପ୍ ତିଆରି କରିବା। ସକାଳେ ଅଫିସ୍ ଯାଇ ଫେରିବା ପରେ ସନ୍ଧ୍ୟାରେ ଗୁପ୍‌ଚୁପ୍ ବିକ୍ରି କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟ ଜିଲ୍ଲା ସୁନାବେଡ଼ାର ଅରୁଣ କୁମାର ନାୟକ। ଦିନକୁ ବ୍ୟବସାୟରୁ ହଜାରେ ଟଙ୍କାର ଲାଭ କମାଇ ଆଜିର ଯୁବପିଢ଼ିଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଅତି ଗରିବ ପରିବାରର ଅରୁଣ ପାଠପଢ଼ା ସାରିବା ପରେ ହରିୟାଣାର ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର୍ ଭାବେ ଚାକିରି ଆରମ୍ଭ କରିଥିଲେ। ହେଲେ ବାରମ୍ବାର ଦେହ ଖରାପ ଯୋଗୁଁ ଚାକିରି ଛାଡ଼ି ସୁନାବେଡ଼ା ଚାଲି ଆସିଥିଲେ। ଘରକୁ ଫେରିବା ପରେ ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡ୍ (ହାଲ୍)ରେ ଚାକିରି ପାଇଁ ଆବେଦନ କରିଥିଲେ। ଚୁକ୍ତିଭିତ୍ତିକ ଇଞ୍ଜିନିୟର୍ ଭାବେ କମ୍ପାନିରେ ଚାକିରି ମିଳିଥିଲା। ହେଲେ ମାସିକ ଦରମା ବାବଦକୁ ୧୫ ହଜାର ଟଙ୍କା ମିଳୁଥିବାରୁ ପରିବାର ଚଳାଇବା ଅରୁଣଙ୍କ ପକ୍ଷରେ କଷ୍ଟକର ହୋଇଥିଲା। ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରି ନିଆରା ଗୁପ୍‌ଚୁପ୍ ବିକ୍ରି କରିବାକୁ ଚିନ୍ତା କରିଥିଲେ। ସୁନାବେଡ଼ା ବଜାରରେ ଗୁପ୍‌ଚୁପ୍ ବିକାଳିଙ୍କ ସଂଖ୍ୟା କମ ନଥିବାରୁ ଅଧିକ ସୁସ୍ବାଦ ଏବଂ ବିଭିନ୍ନ ପ୍ରକାରର ଗୁପ୍‌ଚୁପ୍ ତିଆରି କରିବା ଆରମ୍ଭ କରିଥିଲେ ଅରୁଣ।

Leave A Reply

Your email address will not be published.