ବିଲୁପ୍ତ ଦେଶୀ ଧାନ ସହ ଦେଶୀ ମାଣ୍ଡିଆ ଓ ବାଜରା ସଂଗ୍ରହକାରୀ ଛାତ୍ରୀଙ୍କୁ ପ୍ରମୁଖ କୃଷି ସଚିବଙ୍କ ଚିଠି

ଜୟପୁର: ଜୟପୁର ପ୍ରକାଶ ଇଂରାଜୀ ଉଚ୍ଚବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହାର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ୧୫୦ କିସମର ବିଲୁପ୍ତ ଦେଶୀ ଧାନ, ୫୩ ପ୍ରକାର କିସମର ଦେଶୀ ମାଣ୍ଡିଆ, ୭ କିସମର ବାଜରା ସଂଗ୍ରହ କରି ରଖିଛନ୍ତି। ଏ ନେଇ ବିଭିନ୍ନ ଗଣମାଧ୍ୟମ‌ରେ ରିପୋର୍ଟ ପ୍ରକାଶ ପାଇିବା ପରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ ହର୍ଷିତାଙ୍କୁ ସ୍ବତନ୍ତ୍ରଚିଠି ଲେଖିଛିନ୍ତି। ଆଜି ବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜୟପୁର ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଆତ୍ମାର ନିର୍ଦ୍ଦେଶକ ତାପସ ରଂଜନ ରାୟ ଏହି ଚିଠିକୁ ଶ୍ରେଣୀ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ଓଅଧ୍ୟକ୍ଷ, ଅଧ୍ୟାପକ ଆଦିଙ୍କ ଉପସ୍ଥିତିରେ ହସ୍ତାନ୍ତର କରିଥିଲେ।  ଜୟପୁର: ଜୟପୁର ପ୍ରକାଶ ଇଂରାଜୀ ଉଚ୍ଚବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହାର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ୧୫୦ କିସମର ବିଲୁପ୍ତ ଦେଶୀ ଧାନ, ୫୩ ପ୍ରକାର କିସମର ଦେଶୀ ମାଣ୍ଡିଆ, ୭ କିସମର ବାଜରା ସଂଗ୍ରହ କରି ରଖିଛନ୍ତି। ଏ ନେଇ ବିଭିନ୍ନ ଗଣମାଧ୍ୟମ‌ରେ ରିପୋର୍ଟ ପ୍ରକାଶ ପାଇିବା ପରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ ହର୍ଷିତାଙ୍କୁ ସ୍ବତନ୍ତ୍ରଚିଠି ଲେଖିଛିନ୍ତି। ଆଜି ବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜୟପୁର ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଆତ୍ମାର ନିର୍ଦ୍ଦେଶକ ତାପସ ରଂଜନ ରାୟ ଏହି ଚିଠିକୁ ଶ୍ରେଣୀ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ଓଅଧ୍ୟକ୍ଷ, ଅଧ୍ୟାପକ ଆଦିଙ୍କ ଉପସ୍ଥିତିରେ ହସ୍ତାନ୍ତର କରିଥିଲେ। ସୂଚନା ଯୋଗ୍ୟ, ଡ. ପାଢ଼ୀ ଲେଖିଥିବା ଚିଠିରେ ‌ଜଣେ ସାଧାରଣ ଛାତ୍ରୀ ୮୦  ଟି ଦେଶ ଓ ଆମ ଦେଶର  ୨୦୦୦ ରୁ ଉର୍ଦ୍ଧ ପୁରାତନ ଓ ନୂତନ ମୁଦ୍ରା, ୩୦ ଦେଶର ଡାକ ଟିକଟ ଆଦିବାସୀଙ୍କ ଅଳଙ୍କାର ଆଦି ସଂଗ୍ରହ କରିବା ସେ ଦେଖିଛନ୍ତି। ତେବେ  ଦେଶୀ ଧାନ, ଦେଶୀ ମାଣ୍ଡିଆ, ବାଜାରାର ବିଭିନ୍ନ ପ୍ରକାର ଦେଶୀ ବିହନ ସଂଗ୍ରହ  କରି ରଖିବା ନିଶ୍ଚିତ ରୁପେ ତାଙ୍କୁ ଆନନ୍ଦ ଦେଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ବିହନ ଓ ଖାଦ୍ୟ ବ୍ୟାଙ୍କ, ଭାରତ ସରକାରଙ୍କ ଅଧିନରେ ବିଜ୍ଞାନ ପ୍ରସାର,  ଅନୁମୋଦିତ ଭିପିନେଟ ଜରିଆରେ,‘‘ ହର୍ଷିତା ପ୍ରିୟଦର୍ଶିନୀ ବିଜ୍ଞାନ କ୍ଲବ’’ ଗଠନ କରି ସାଙ୍ଗ ସାଥୀ, ସ୍ଥାନୀୟ ଅଞ୍ଚଳ ର ଚାଷୀ ଙ୍କୁ ଦେଶୀ ଧାନ, ଦେଶୀ ମାଣ୍ଡିଆ, ଥେଡ ଜନା, କାଙ୍ଗୁ,ସୁଁଆ ର ବ୍ୟାପକ ଚାଷ କରିବା ନିମନ୍ତେ ନିଜର ଶସ୍ୟ ଓ ବିହନ ବ୍ୟାଙ୍କ ଜରିଆରେ ସଂଗ୍ରହିତ ବିହନ ମାଗଣା ରେ ପ୍ରଦାନ କରିବା ତାଙ୍କୁ ଖୁବ ଆନନ୍ଦ ଦେବା ସହ ଏହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।  ତାଙ୍କ ନିକଟରେ ସାଇତି ରଖଇଥିବା ଧାନ ଗୁଡିକ ମଧ୍ୟରେ କଳାଜିରା, ଚଟିଆ ନାକି, ବାଇଗନ ମଞ୍ଜି, ଉମୁରିଆଚୁଡ଼ି, ଆସାମ ଚୁଡ଼ି, ନଡ଼ିଆ ଭୋଗ, ତୁଳସୀ ଭୋଗ, କଲା ବତି, ରାଧା ଭୋଲଭ, ବାଦସହା, ପଠାଣ ଗୋଡା, ମାଛ କଣ୍ଟା,   ହାତୀ ଦାନ୍ତ, ଯୁଗଳ ବନ୍ଦୀ, ବର୍ମା ରାଇସ, ସିକ୍ଳଲା କୋଲି, ସିତା ଭୋଗ, ଓଷା ବାଲି, ମହୁଲ କୁଞ୍ଚି, ଗାଟିଆ, କୁଜି, ସିନ୍ଧି କୋଲି, ଗୋଲକିମୋଛି, ଲ କଟିମୋଚି, ଲାଡନି, ଦୁବରାଜ, ହଳଦି ଗଣ୍ଠି, କାଟରା, କସ୍ତୁରି ସହ ଅନ୍ୟାନ୍ୟ ବିଲୁପ୍ତ ଧାନ ରଖିବା ଏବଂ ୨୦ଜଣ ଚାଷୀଙ୍କୁ ବିହନ ଦେବା ପ୍ରତ୍ସାହନଜନକ ବୋଲି  ଡ.ପାଢ଼ୀ ଉ‌ଲ୍ଲେଖ କରିଛନ୍ତି।

Leave A Reply

Your email address will not be published.