କାଉଡିଆ ମାନଙ୍କ ପାଇଁ ଚା ,ବିସ୍କୁଟ ଏବଂ ଫଳ ବଣ୍ଟନ କରିଥିଲେ ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜର କତୃପକ୍ଷ

କନ୍ଧମାଳ : ଆଜି ଶ୍ରାବଣ ମାସର ସୋମବାରରେ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡିଆ । ସେଥିପାଇଁ ସବୁ ଶୈବପୀଠ ଚଳଚଞ୍ଚଳ । କାଉଡିଆମାନେ ପାଣି ନେଇ ବିଭିନ୍ନ ଶୈବପୀଠ ନିକଟରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି । କାହିଁ କେଉଁ ଆଡୁ ଭକ୍ତ ମାନେ ଖାଲି ପାଦରେ ଚାଲି ଚାଲି ଜଳାଭିଷେକ କରୁଛନ୍ତି। ତେବେ ପଥ ଚଲା କାଉଡିଆଙ୍କ ଭୋକ ଏବଂ ତୃଷ୍ଣା ମେଣ୍ଟାଇବା ପାଇଁ ଆଗକୁ ଆସି ସହାୟତା ହାତ ବଢାଇଥିଲେ ଫୁଲବାଣୀ ନିଖିଳ ଉତ୍କଳ ଖଡୁରା ସମାଜର କତୃପକ୍ଷ ।

gpkandhamal

କାଉଡିଆ ମାନଙ୍କ ପାଇଁ ଚା ,ବିସ୍କୁଟ ଏବଂ ଫଳ ବଣ୍ଟନ କରିଥିଲେ । ସଂଘ ତରଫରୁ ସୁବାଷ ମହାପାତ୍ର , ଭୀମରାଜ ନାୟକ, ଉମାଶଙ୍କର ମହାପାତ୍ର ,ପ୍ରଦୀପ ନାୟକ, ରିଙ୍କୁ ମହାପାତ୍ର, ଦିବାକର ନାୟକ, ଟୁନା ନାୟକ, ଶଙ୍କର ନାୟକ, ଭଗବାନ ନାୟକ, ଦିଲ୍ଲୀପ ନାୟକ, ଟୁଟୁ ନାୟକ , ବିଗିନି ନାୟକ, ରବିନ୍ଦ୍ର ସୁବୁଦ୍ଧି, ଟୁନା ନାୟକ ,ଭିକାରି ନାୟକ , ନାରାୟଣ ମହାପାତ୍ର ପ୍ରମୁଖ ଏଥିରେ ସହାୟତା କରିଥିଲେ ।

Umasankar Adv
Leave A Reply

Your email address will not be published.