ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

ମାଲକାନଗିରି : ନା ଅଛି ରାସ୍ତା, ନା ଅଛି ପୋଲ। ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ଗର୍ଭବତୀ ହୁଅନ୍ତୁ କି ଗୁରୁତର ରୋଗୀ ବାଧ୍ୟ ହୋଇ ଖଟିଆରେ ବୋହି ନେବାକୁ ପଡ଼ୁଛି । ଦୁଃଖର କଥା ରାସ୍ତା ସମସ୍ୟା କାରଣରୁ ଆମ୍ୱୁଲାନ୍ସ ପାଖକୁ ରୋଗୀ ନୁହେଁ ବରଂ ରୋଗୀ ଆମ୍ୱୁଲାନ୍ସ ପାଖକୁ ଯାଉଛି । ପୁଣିଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ସ୍ଵାଧୀନତାର ୭୭ ବର୍ଷ ପାଳନ ହୋଇଗଲା ତଥାପି ଆଜିଯାଏ ଏମାନଙ୍କ ପରିସ୍ଥିତି ସୁଧୁରିଲା ନାହିଁ । ପାହାଡ଼ିଆ ରାସ୍ତା ହୋଇଥିବାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ। ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ପାହାଡ଼ିଆ ରାସ୍ତାରେ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।ମହିଳା କଷ୍ଟକୁ ଦେଖି ସହିପାରିଲେନି, ଶେଷରେ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ । ଗର୍ଭବତୀଙ୍କୁ ୮ କିଲୋମିଟର କାନ୍ଧରେ ବୋହି ମେଡିକାଲ ଆଣିଲେ ଡ୍ରାଇଭର ନରେଶ ସରଦାର । ମାଲକାନଗିରି ବଣ୍ଡା ଘାଟିରୁ ଆସିଛି ଏଭଳି ଏକ ଚିତ୍ର । ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡା ଘାଟି କିଚପଡ଼ା ଗାଁର ବାବୁ କ୍ରିସାନିଙ୍କ ସ୍ତ୍ରୀ ଶୁକ୍ରୀ କ୍ରିସାନିଙ୍କ ପ୍ରସବ ବେଦନା ହେବାରୁ ୧୦୮କୁ କଲ କରିଥିଲେ । କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୮କିଲୋମିଟର ଦୂରରେ ଅଟକି ରହିଥିଲା ।

gpkandhamal

ଯାହାଫଳରେ କିଛି କୁଆଡୁ ଉପାୟ ନପାଇ ଡ୍ରାଇଭର ନିଜେ ଶୁକ୍ରୀଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସକୁ ଯାଏ ଆଣିଥିଲେ । ଏହାପରେ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏଭଳି ମହାନ କାର୍ଯ୍ୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି ନରେଶ ସରଦାର । ଅପରପଟେ ଏହି ଘଟଣା ପରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Umasankar Adv
Leave A Reply

Your email address will not be published.