ଭୟାବହ ଅଗ୍ନିକାଣ୍ଡ, ୨୫ ବଖରା ଘର ଜଳିପୋଡ଼ି ଛାରଖାର ହୋଇଗଲା

ପିପିଲି : ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୮ଟି ପରିବାରର ୨୫ ବଖରା ଘର। ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଧାନକେରା ପଂଚାୟତର ନୂଆ ଗାଁରେ ଏହି ନିଆଁ ଲାଗିଛି। ଖବର ପାଇ ଡେଲାଙ୍ଗ ଓ କଣାସ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି। ଗାଁର ପର୍ଶୁରାମ ଛାଟୋଇଙ୍କ ଘର ଆଗରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ସର୍ଟ ସର୍କିଟରୁ ନିଆଁ ଲାଗି କ୍ଷୀପ୍ର ଗତିରେ ଅନ୍ୟ ଘରକୁ ବ୍ୟାପିଯାଇଥିଲା।

Leave A Reply

Your email address will not be published.