ମାହାଙ୍ଗା ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣା : ଶରତ ନାୟକ, ଓ ଅନୁପମ ରାୟ ଗିରଫ

ମାହାଙ୍ଗା:  ମାହାଙ୍ଗା ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଶରତ ନାୟକ ଓ କ୍ରୀଡା ଶିକ୍ଷକ ଅନୁପମ ରାୟଙ୍କୁ ଗିରଫ କରିଛି । ପ୍ରମାଣ ନଷ୍ଟ କରିବା, ତଥ୍ୟ ଲୁଚାଇବା, ଜାଣିଶୁଣି ସରକାରୀ ଅଧିକାରୀଙ୍କୁ ମିଛ ତଥ୍ୟ ଦେବା, ନାବାଳିକାକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ବିଭିନ୍ନ ଦଫା ଲଗାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ହେଲେ ଏହି ଘଟଣାରେ ଗଣମାଧ୍ୟମ ଠାରୁ ଆରମ୍ଭ କରି ପୁଲିସକୁ ମିଥ୍ୟା ତଥ୍ୟ ଦେଇଥିବା ନାବାଳିକାର ବାପାଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

gpkandhamal

 ବାତ ମାରି ଝିଅ ପ୍ରାଣ ହରାଇଥିବା କହିଛନ୍ତି ଝିଅର ବାପା । କିନ୍ତୁ କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି, ଝିଅ ତାଙ୍କ ମାର ଶାଢୀରେ ଆତ୍ମହତ୍ୟା କରିଛନ୍ତି । ସେହିପରି ପୁଲିସକୁ ନ ଜଣାଇ ଶବ ପୋଡ଼ିବା ନିଷ୍ପତ୍ତି ଝିଅର ବାପାଙ୍କର ଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ କାହା ଚାପରେ ଝିଅର ବାପା ଝିଅର ମୃତ୍ୟୁ ଖବରକୁ ଭିନ୍ନ ଦିଗ ଦେବାକୁ ପ୍ରୟାସ କରିଥିଲେ । ସେହିପରି ସ୍ଥାନୀୟ ପୁଲିସ ବିରୋଧରେ ଏ ଘଟଣାରେ ଗ୍ରାମାଞ୍ଚଳ ପୋଲିସ ଏଯାବତ ନୀରବ ରହିଛି । ଯଦିଓ ଏସ୍ପି କହିଛନ୍ତି, ଏହି ଆତ୍ମହତ୍ୟା ଘଟଣାକୁ ନେଇ ମାହାଙ୍ଗା ଥାନାରେ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିବାର ପରଦିନ ଅର୍ଥାତ୍ ଜୁନ୍ ୧୯ ତାରିଖରେ ଷ୍ଟେସନ୍ ଡାଏରି କରାଯାଇଥିଲା । ହେଲେ ଭାଇରାଲ ଅଡ଼ିଓରେ ଶରତ ସ୍ପଷ୍ଟ ଭାବେ ଖେଳ ଶିକ୍ଷକଙ୍କ ମାଆଙ୍କୁ କହିଥିଲେ ଯେ ପୋଷ୍ଟମର୍ଟମ ହୋଇଥିଲେ ହଇରାଣ ହୋଇଥାନ୍ତ । ଶବ ବ୍ୟବଚ୍ଛେଦ ପୂର୍ବରୁ ଶବକୁ ପୋଡିଦେଲୁ । ସେହିପରି ସ୍ଥାନୀୟ ଆଇଆଇସିଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ତେଣୁ ପୋଲିସ ଏବେ ନିଜ ସହଯୋଗୀଙ୍କୁ ନେଇ କାହିଁକି ନିରବ ବୋଲି ପ୍ରଶ୍ନ ଉଠିଛି । ମାମଲା ରଫାଦଫା କରିବାକୁ ନେଇ ଭାଇରାଲ ଅଡିଓରେ ଶରତ ନାୟକ କହୁଥିବା ସ୍ପଷ୍ଟ ରହିଛି । ଏପରି ସ୍ଥିତିରେ ସ୍ଥାନୀୟ ଥାନା ଅଧିକାରୀଙ୍କୁ କାହିଁକି ଗିରଫ କରାନଯିବ ସେ ନେଇ ପ୍ରଶ୍ନ ଉଠିଛି ।

Umasankar Adv
Leave A Reply

Your email address will not be published.