୯୦୦ ଫୁଟ୍ ଉପରେ ଝୁଲି ରହିଛନ୍ତି ୬ ଜଣ ସ୍କୁଲ ଛାତ୍ର

ପାକିସ୍ତାନ : ରୋପ୍ ୱେରେ ଯାତ୍ରା କରୁଥିବା ବେଳେ ଅଘଟଣ । ୯୦୦ ଫୁଟ୍ ଉପରେ ଝୁଲି ରହିଛନ୍ତି ୬ ଜଣ ସ୍କୁଲ ଛାତ୍ର । କେବଲ୍ କାରରେ ଯାତ୍ରା କରୁଥିବା ବେଳେ ଅଚାନକ୍ ଗୋଟିଏ ତାର ଝୁଲି ପଡ଼ିଥିଲା । ଫଳରେ ୬ ଜଣ ସ୍କୁଲ ଛାତ୍ର ଏବଂ ଦୁଇ ଜଣ ବୟସ୍କ ଏଥିରେ ଫଶି ରହିଛନ୍ତି । ଏଭଳି ଏକ ଘଟଣା ଘଟିଛି ପାକିସ୍ତାନ ଖାଇବର-ପଖତୁନଖ୍ୱା ପ୍ରଦେଶରେ । ଗତକାଲି ସକାଳ ପ୍ରାୟ ୮ଟା ସମୟରେ ଏହି ଅଘଟଣ ଘଟିଛି । ଫଶି ରହିଥିବା ସ୍କୁଲ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ବାୟୁସେନା ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରାୟ ୧୨ ଘଣ୍ଟା ଧରି ଏହି ଅପରେସନ୍ ଜାରି ରହିଛି । କେବଲ୍ କାରରେ ଫଶି ରହିଥିବା ଜଣଙ୍କର ହାର୍ଟ ସମସ୍ୟା ଥିବାରୁ ଦୀର୍ଘ ସମୟ ଧରି ଅଚେତ୍ ଅବସ୍ଥା ରହିଥିବା ପାକିସ୍ତାନ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ସ୍ୱତନ୍ତ୍ର ଉଦ୍ଧାରକାରୀ ହେଲିକପ୍ଟର ଏବଂ ବାୟୂସେନାର ଯବାନମାନେ ଫଶି ରହିଥିବା ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଶେଷ ଖବର ସୁଦ୍ଧା ଫଶି ରହିଥିବା ମୋଟ୍ ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ପାକିସ୍ତାନ ବାୟୁସେନା ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

gpkandhamal

ସ୍ଥାନୀୟ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ ଘଟଣାସ୍ଥଳରେ ଡାକ୍ତରୀ ଦଳ, ଆମ୍ବୁଲାନ୍ସ ଆଦି ଉପସ୍ଥିତ ରହିଛି । ତେବେ ପାହାଡ଼ିଆ ଅଞ୍ଚଳରେ ଏହି ଅଘଟଣ ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ସୂଚନା ଦିଆଯାଇଛି । ଏହି କେବୁଲ୍ କାର’ରେ ଥିବା ୨୦ ବର୍ଷିୟ ଯୁବକ ଗୁଲ୍ଫରାଜ୍, ଜିଓ ନ୍ୟୁଜ୍ ସହ ଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି । ସେ ଦେଇଥିବା ସୂଚନା ଅନୁସାରେ ସେମାନଙ୍କ ପାଖରେ ଏବେ ପିଇବା ପାଇଁ ପାଣି ମଧ୍ୟ ନାହିଁ ।

Umasankar Adv
Leave A Reply

Your email address will not be published.