୮ ହଜାର କପ ସିରପ ବୋତଲ ଜବତ, ୫୭ ନିଶା ବେପାରୀ ଗିରଫ

ବରଗଡ଼: ବେଆଇନ କପ ସିରପ କାରବାର ଉପରେ ବରଗଡ଼ ପୁଲିସର ବଡ କାର୍ଯ୍ୟାନୁଷ୍ଠାନ । ପ୍ରାୟ ୮ ହଜାର କପ ସିରପ ବୋତଲ ଜବତ କରିବା ସହ ୫୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ବରଗଡ଼ ପୁଲିସ । ପଡୋଶୀ ଛତିଶଗଡ଼ରୁ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ କପ ସିରଫ ସହ ନିଶା ଇଞ୍ଜେକ୍ସନ ଆସୁଥିଲା । ପରେ ବରଗଡ଼ ଅଞ୍ଚଳର ଗଳିକନ୍ଦିରେ ବିକ୍ରି ହେଉଥିଲା । ଆଉ ନିଶା ସେବନ କରି ଯୁବପିଢୀ ଚୋରି, ଡକାୟତି, ଛୀନତାଇ, ହତ୍ୟା ଭଳି ଅପରାଧ କରିବାକୁ ପଛାଉନଥିଲେ ।

gpkandhamal

 ବରଗଡ଼ ଏସପି ପ୍ରହଲ୍ଲାଦ ସାହାୟ ମୀନା କାରବାର ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରିଥିଲେ । ନିଶା କାରବାର କରୁଥିବା ବେପାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମରେ ସୀମାନ୍ତ ଅଞ୍ଚଳ ଝାରବନ୍ଧ, ଜଗଦଲପୁର, ପାଇକମାଲ, ବୁଡେନ, ଗାଈସିଲେଟ ପଦ୍ମପୁର ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । ୪୦ ପେଟି କପ ସିରଫ ଜବତ କରାଯାଇଛି । ଯେଉଁଥିରେ ୭ ହଜାର ୮୦୦ ଟି କପ ସିରଫ ବୋତଲ ଥିଲା । ତେବେ ଜନସାଧାରଣଙ୍କ ସହଯୋଗ ରହିଲେ ଜିଲ୍ଲାକୁ ସମ୍ପୁର୍ଣ୍ଣ ନିଶାମୁକ୍ତ କରାଯାଇପାରିବ ବୋଲି କହିଛନ୍ତି ବରଗଡ଼ ଅତିରିକ୍ତ ଏସପି ।

Umasankar Adv
Leave A Reply

Your email address will not be published.