ବିଜୁ ପକ୍କା ଘର ଯୋଜନାରେ ବ୍ୟାପକ ଅନିୟମିତତା ନେଇ ତାତିଲେ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି

କନ୍ଧମାଳ: ଗରିବ ଲୋକଙ୍କୁ ବିଜୁ ପକ୍କା ଘର ଯୋଜନାରେ ବ୍ୟାପକ ଅନିୟମିତତା ନେଇ ତାତିଲେ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏବଂ ନିରୀହ ଆଦିବାସୀ ଲୋକେ ।  ପୂର୍ବରୁ ଲୋକଙ୍କ ସମସ୍ୟା ନେଇ ଗତ ୨୬ ଜୁଲାଇରେ ଟିକାବାଲି ବ୍ଲକର ବିଡିଓଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ ।  ତେଣୁ ବାଧ୍ୟ ହୋଇ ଆଜି ସାଧାରଣ ଜନତାଙ୍କୁ ଧରି ଟିକାବାଲି ବ୍ଲକ୍ ଠାରେ ହରତାଳ କରିବା ସହ ବିଡ଼ିଓ ଙ୍କ ଅଫିସରେ ତାଲା ପକାଇ ଦେଇଥିଲେ । ତେବେ ତାଙ୍କର ଅଭିଯୋଗ ହେଲା ବିଜୁ ପକ୍କା ଘର ତାଲିକାରେ ନାଁ ଆସି ମଧ୍ୟ  ଲୋକଙ୍କୁ କାହିଁକି କାର୍ଯ୍ୟାଦେଶ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ତାଙ୍କର ଦାବି ପୁରାଣ ନହେଲେ ସେମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.