ଆହୁରି ସଶକ୍ତ ହେବ କନ୍ଧମାଳ ବିଜେଡି..ଯୋଗ ଦେଲେ ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୁପମା ମଲ୍ଲିକ

କନ୍ଧମାଳ : ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୁପମା ମଲ୍ଲିକ ଆନୁଷ୍ଠାନିକ ଭାବେ ବିଜେଡ଼ି ରେ ଯୋଗଦେବା ପରେ ଏବେ ଜିଲ୍ଲା ବିଜେଡିର ବଳ ଦୁଇଗୁଣିତ ହୋଇ ଯାଇଛି। ଜଣେ ଟାଣୁଆ ନେତ୍ରୀଙ୍କୁ ପାଇ ଦଳ ଆଗକୁ ଆହୁରି ମଜଭୁତ ହୋଇପାରିବ ବୋଲି ଜିଲ୍ଲା ସଭାପତି କହିଛନ୍ତି । ତେବେ ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ଜିଲାସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ପୂର୍ବତନ ସ୍ଵତନ୍ତ୍ର ସଚିବ ନିରୁପମା ମଲ୍ଲିକ ବିଜେଡ଼ି ରେ ଯୋଗଦାନ କରିଥିଲେ। ତେବେ ଏହି ବୈଠକରେ ରାଜ୍ୟ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ, ଜିଲ୍ଲା ସଭାପତି ସରୋଜ କର୍ଣ ମହିଳା ସଭାନେତ୍ରୀ ପୁନମ କହଁରଙ୍କ ଉପସ୍ଥିତି ରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ରେ ସାମିଲ୍ ହୋଇଛନ୍ତି। ଶ୍ରୀମତି ମଲ୍ଲିକଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ଦଳରେ ସାମିଲ୍ କରିଥିଲେ ସମସ୍ତେ। ସେ ଜଣେ ଦକ୍ଷ ପ୍ରଶାସିକା ଥିଲେ ଚାକିରି କରୁଥିବା ବେଳେ ବି କନ୍ଧମାଳ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା କରିବା ସହିତ ଗାଁ ଗାଁ ବୁଲି ସାଧାରଣ ଲୋକଙ୍କୁ ସେବା କରୁଥିଲେ। ଚାକିରି ରୁ ଅବସର ପରେ ସେ କନ୍ଧମାଳ ଜିଲ୍ଲାର ଲୋକଙ୍କ ସେବା କରିବା ପାଇଁ ରାଜନୀତି ରେ ଯୋଗ ଦେଇଥିବା କହିଛନ୍ତି। ତେବେ ୨୦୧୯ରେ ବିଜେଡ଼ି ରୁ ଜି.ଉଦୟଗିରି ପାଇଁ ଟିକେଟ୍ ଆଶାୟୀ ଥିଲେ ତେବେ ଏଥର ମଧ୍ୟ ୨୦୨୪ ପାଇଁ ଆଶାୟୀ ଆଶାୟୀ ଅଛନ୍ତି ଶ୍ରୀମତୀ ମଲ୍ଲିକ । ଏଥର ଦଳ ଟିକେଟ୍ ଦେଲେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ଲୋକଙ୍କ ପାଇଁ ବହୁତ୍ ଭଲ କାମ କରିବେ ବୋଲି ଆଶା ରଖିଛନ୍ତି। ତାଙ୍କୁ ଦଳରେ ସାମିଲ୍ କରିବା ପରେ ଦଳ ମଜବୁତ୍ ହେବ ଓ ସେ ଦଳ ପାଇଁ ବହୁତ୍ ଭଲ କାମ କରିବେ ବୋଲି ଜିଲ୍ଲା ସଭାପତି ଜିଲ୍ଲା ପ୍ରଭାରୀ ଆଶା ରଖିଛନ୍ତି।

Leave A Reply

Your email address will not be published.