ସର୍ପାଘାତରେ ବୃଦ୍ଧା ମୃତ୍ୟୁ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଧାତିକିଡ଼ିହି ଗ୍ରାମରେ ଶୁକ୍ରବାର ରାତିରେ ସର୍ପାଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ସର୍ଗତଃ ମଙ୍ଗଳ ବିରାମ ମାରାଣ୍ଡିଙ୍କ ସ୍ତ୍ରୀ ମାଇନ ମାରାଣ୍ଡି(୬୫) ରାତିରେ ଖାଇ ପିଇ ଶୋଇଥିଲେ। ତେବେ ସେହି ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଯଥାଶୀଘ୍ର ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ସ୍ଥାନ୍ତାନ୍ତରିତ କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୋରୁମହିଷାଣୀ ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଗୋରୁମହିଷାଣୀ ଥାନାରେ କେସ୍ ନଂ ୧୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply

Your email address will not be published.