ଇସ୍ରୋ ଛାଡ଼ିଲା ନୂଆ ଭିଡିଓ  

ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଚାଲିବା ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଘୋଷଣା କରିଥିଲା । ଆଜି ଅର୍ଥାତ ଶନିବାର ଇସ୍ରୋ ପକ୍ଷରୁ ତାହାର ଏକ ଭିଡିଓ ଜାରି କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ପ୍ରଜ୍ଞାନ ରୋଭର ବିକ୍ରମ୍ ଲାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଧୀରେ ଧୀରେ ଗଡ଼ୁଛି ଓ ଏହା ସହିତ ଚନ୍ଦ୍ରପୃଷଠରେ ତାହାର ଚକ ଚାଲିବାର ଛାପ ମଧ୍ୟ ସୃଷ୍ଟି ହେଉଛି ।ଶୁକ୍ରବାର ସଂଧ୍ୟାରେ ଇସ୍ରୋ ପକ୍ଷରୁ ଏ ସମ୍ପର୍କରେ ପ୍ରଥମେ ସୂଚନା ଦିଆଯାଇଥିଲା । ଏକ ଟୁଇଟ୍ କରି କୁହାଯାଇଥିଲା ଯେ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ର ପୃଷ୍ଠରେ ସଫଳତାର ଚାଲିବା ସହ ୮ ମିଟର ଦୂରତା ଅତିକ୍ରମ କରିଛି ଏବଂ ଏହାର ସମସ୍ତ ପେଲୋଡ୍ ଠିକ୍ ଭାବରେ କାର୍ଯ୍ୟ କରୁଛି।

gpkandhamal

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଗତ ବୁଧବାର (ଅଗଷ୍ଟ ୨୩) ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ଏହା ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ବିଶ୍ବର ପ୍ରଥମ ଦେଶରେ ପରିଣତ ହୋଇଛି ।

Umasankar Adv
Leave A Reply

Your email address will not be published.