ଝିଅ ଯୌନ ଉତ୍ପୀଡ଼ନ ମାମଲା ଦେବାରୁ ପୁଅକୁ ହତ୍ୟା, ମାଆକୁ ବିବସ୍ତ୍ର କରି ବାଟ ଚଲାଇଲେ ଉତ୍ତ୍ୟକ୍ତ ଜନତା

ସାଗର: ‌ଜଣେ ଝିଅ ଯୌନ ଉତ୍ପୀଡ଼ନ ମାମଲା ଦେଇଥିବାରୁ ରବିବାର ଦିନ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ତା’ର ମାଆକୁ ବିବସ୍ତ୍ର କରି ରାସ୍ତାରେ ଚଲାଇବା ସହିତ ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ତାଙ୍କ ପୁଅକୁ ପିଟି ପିଟି ହତ୍ୟା କରିଥିବା କଥା ପୁଲିସ କହିଛି।

gpkandhamal

ସୂଚନାଯୋଗ୍ୟ, ୨୦୧୯ରେ ଉକ୍ତ ମହିଳାଙ୍କ ଝିଅ ଥାନାରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରାଇଥିଲେ। ଆକ୍ରମଣକାରୀଙ୍କ କବଳରୁ ପରିବାର ସଦସ୍ୟମାନଙ୍କୁ ରକ୍ଷା କରିବାକୁ ଯାଇ ସେ ଝିଅ ମଧ୍ୟ ଆହତ ହୋଇଛି।

Umasankar Adv

ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଲୋକେଶ କୁମାର ଗଣମାଧ୍ୟମକୁ କହିଛନ୍ତି, ଖୁରାଇ ଥାନା ଅଞ୍ଚଳରେ ପୁରୁଣା ବିବାଦ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହିତ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମାଡ଼ ଖାଇବା ପରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

Leave A Reply

Your email address will not be published.