ସୁବର୍ଣ୍ଣପୁରରେ ଛାତ୍ରୀନିବାସ ନିର୍ମାଣରେ ଅର୍ଥ ତୋଷାରପାତ ଅଭିଯୋଗ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର/ସୁବର୍ଣ୍ଣପୁର: ଅନୁସୂଚିତ ଜାତି ଛାତ୍ରୀନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସ୍ପେସାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଦୀପକ କୁମାର ଅଗ୍ରୱାଲ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଆଜି ଉଭୟଙ୍କୁ ରାଉରକେଲାରୁ ଗିରଫ କରିଛି ଭିଜିଲାନ୍ସ। ସୋନପୁର ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ଶହ ସିଟ୍ ହଷ୍ଟେଲର ନିର୍ମାଣରେ ଅର୍ଥ ତୋଷ‌ାରପାତ ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଭଲ ଜିନିଷ ଲଗେଇବା ବଦଳରେ ଚାଲୁ ଜିନିଷ ବ୍ୟବହାର କରାଯାଇଛି। ବ୍ରାଣ୍ଡେଡ ଓ ଦାମୀ କମ୍ପାନିର ଉପକରଣ ବ୍ୟବହାର ପାଇଁ ନିର୍ଦେଶ ଥିବା ବେଳେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଛନ୍ତି କଣ୍ଟ୍ରାକ୍ଟର।ଭିଜିଲାନ୍ସ ଏ ମାମଲାର ତଦନ୍ତ କରୁଥିବା ଶୁଣି କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲ ଫେରାର ହୋଇଯାଇଥିଲେ।

Leave A Reply

Your email address will not be published.