ଚନ୍ଦ୍ରଶେଖରପୁର: ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ୍ ମାମଲାର ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୁଲିସ। ଅଭିଯୁକ୍ତମାନଙ୍କର ଝାରପଡ଼ା ଜେଲରେ ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି। ଏଣେ ଏହି ମାମଲାରେ ନିବାରଣ ପାଣିଙ୍କୁ ଆୟକର ବିଭାଗ ପଚରାଉଚରା କରିବ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ ୨୦୨୦ ମସିହା ପୂର୍ବରୁ ପବିତ୍ରାରୋପଣରେ ପ୍ରଥମେ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ। ପରେ ବଡ଼ୁ ନିଯୋଗ ପକ୍ଷରୁ ଠାକୁରଙ୍କୁ ୨୪ପଟ ପଇତା ଲାଗି ହୁଏ। ଏହାପରେ ବଲ୍ଲଭ ନୀତି ପୂଜା କରାଯାଏ। ୨୦୨୦ ମସିହାରେ ବଡ଼ୁ ନିଯୋଗ ପକ୍ଷରୁ ସବୁ ପଇତା ଲାଗି କରାଯାଇଥିଲା। ଏହାକୁ ନେଇ ପୂଜାପଣ୍ଡା ନିଯୋଗ ପୂଜାରେ ଅସହଯୋଗ କରିଥିଲା। ଏହା ପରମ୍ପରା ବିରୋଧୀ କହି ପୂଜାପଣ୍ଡା ନିଯୋଗ ଅସନ୍ତୋଷ ପ୍ରକାଶ କରିଥିଲା। ପ୍ରଥମେ ସେମାନେ ୩ପଟ ଲାଗି କରିବା ପରେ ବଡ଼ୁ ନିଯୋଗ ଅନ୍ୟ ୨୪ପଟ ପଇତା ଲାଗି କରିବା ନିୟମ ରହିଥିବା କଥା କହିଥିଲେ। କିନ୍ତୁ ଏହି ପରମ୍ପରା ଭଙ୍ଗ ଯୋଗୁଁ ପୂଜାପଣ୍ଡା ନିଯୋଗ ନୀତି ଆଗକୁ ବଢ଼ାଇନଥିଲେ। ଏହାପରେ ମନ୍ଦିର ପ୍ରଶାସନ ଉଭୟଙ୍କୁ ବୁଝା ସୁଝା କରି ମଧ୍ୟ ବିଫଳ ହୋଇଥିଲେ। ଏହାପରେ ମନ୍ଦିର ପ୍ରଶାସନ ପକ୍ଷରୁ ଦେବୋତ୍ତର ବିଭାଗକୁ ଜଣାଇବା ସହ ଶୃଙ୍କଳିତ ନୀତି ପାଇଁ କମିସନରଙ୍କ କୋର୍ଟରେ ମାମଲା ଦାୟର କରିଥିଲେ। ହେଲେ ଏନେଇ ଆଜି ପର୍ଯ୍ୟନ୍ତ ଶୁଣାଣି ହେଲା ନାହିଁ। ଫଳରେ ଲଗାତାର ତିନି ବର୍ଷ ଧରି ଏଭଳି ବିଭ୍ରାଟ ସୃଷ୍ଟି ହେଉଛି। ମନ୍ଦିର ପ୍ରଶାସନ ଅପାରଗତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସେବାୟତମାନେ କହିଛନ୍ତି।