ତୃତୀୟ ମହଲାର ଇଙ୍ଗିତରେ ଏସବୁ କହୁଛନ୍ତି ସସ୍ମିତ ପାତ୍ର

ଭୁବନେଶ୍ବର: ପ୍ରଶାନ୍ତ ଜଗଦେବ ବିଜେପିରେ ଯୋଗଦେବେ। ଏହା ସମ୍ପୂର୍ଣ ମିଥ୍ୟା। କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଶାନ୍ତଙ୍କର ଯୋଗାଯୋଗ ନାହିଁ। ଯଦି ପ୍ରମାଣ ଅଛି, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦିଅନ୍ତୁ। ସେ କେବଳ ତୃତୀୟ ମହଲାର ଇଙ୍ଗିତରେ ଏସବୁ କହୁଛନ୍ତି। ସସ୍ମିତଙ୍କ ପ୍ରତିକ୍ରିୟାରେ ଏକ ପ୍ରତିଶତ ସତ୍ୟତା ନାହିଁ। କେହି ଆଲୋଚନା କରି ନାହାନ୍ତି, ସାକ୍ଷାତ କରିନାହାନ୍ତି। ହଠାତ ବିଜେଡି କାହିଁକି କଥା ଆଣିଲା, ଉତ୍ତର ସେ ହିଁ ଦେବ। ବିଜୁ ଜନତା ଦଳ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ, ସେତେବେଳେ ବିଭିନ୍ନ ପ୍ରଳାପ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ସାଂସଦଙ୍କୁ ଆକ୍ରମଣ କରିବା ସହିତ ବିଭିନ୍ନ କଦର୍ଯ୍ୟ ଆକ୍ଷେପ, ମିଛ ଆରୋପ କରାଯାଉଛି। ଏଭଳି ଟିପ୍ପଣୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।
ଶ୍ରୀ ହରିଚନ୍ଦନ କହିଛନ୍ତି, ଯେତିକି ସସ୍ମିତଙ୍କୁ ବ୍ୟକ୍ତିଗତ ଭାବେ ଜାଣେ, ସେ ଏଭଳି ଚରିତ୍ରର ନୁହନ୍ତି।ଗଣମାଧ୍ୟମ ଆଗରେ ମିଛ କହିବେ। ତାଙ୍କୁ ଜବରଦସ୍ତି କରି କୁହାଯାଇଛି। ଅବାନ୍ତର ବକ୍ତବ୍ୟ ସସ୍ମିତଙ୍କ ପାଇଁ ଯୋଗ୍ୟ ନଥିଲା, ଅନ୍ତତଃ ଜଣେ ସାଂସଦଙ୍କ ପାଇଁ।ଚିଲିକାରେ ବିଧାୟକଙ୍କୁ ଦଳ ତରଫରୁ ସେଠାକୁ ଯିବାକୁ ମନା କରାଯାଇଛି। ତାଙ୍କ ଦଳର ଅନ୍ୟ ନେତାଙ୍କଠୁ ଶୁଣିବାକୁ ପାଉଛୁ। ଶଙ୍ଖ ଭବନରୁ ତାଙ୍କ ଦଳର ନେତାମାନଙ୍କୁ ତାଗିଦ କରାଯାଇଛି। ତମେ ଏମଏଲଏଙ୍କ ସହିତ ମିଶିବନି।

Leave A Reply

Your email address will not be published.