ଚାଷୀ ଦମ୍ପତିଙ୍କୁ ହାତୀ ଆକ୍ରମଣ ଘଟଣା: ରାଜପଥରେ ମୃତଦେହ ରଖି ଆନ୍ଦୋଳନ, ଅଟକିଲା ଶତାଧିକ ଯାନବାହନ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଦମ୍ପତିଙ୍କୁ ହାତୀ ଆକ୍ରମଣ ଘଟଣା ପରେ ସ୍ଥାନୀୟ ଲୋକେ ତାତିଛନ୍ତି। ଆଜି ଦିନ ୧୨ଟା ପରଠାରୁ ବନ୍ତଳା ଛକରେ ତଳଗଡ଼ ଗାଁର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ବନ୍ତଳା ରେଂଜର ନୀଳାଦ୍ରି ନାଥ ସାହୁ ଓ ଅନୁଗୁଳ ଏସ୍‌ସିଏଫ୍‌ କୃଷ୍ଣଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଲୋକଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ନାହିଁ। ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଲୋକଙ୍କ ସହିତ ଆଲୋଚନା କରି ନଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଘଟଣାସ୍ଥଳକୁ ଅନୁଗୁଳ ଜିଲ୍ଲାପାଳ ଓ ଅନୁଗୁଳ ଡିଏଫ୍‌ଓ ଆସି ଘଟଣାସ୍ଥଳକୁ ଆଲୋଚନ ପାଇଁ ଆସନ୍ତୁ।

Leave A Reply

Your email address will not be published.