ପରିବାରବାଦ୍ ଉପରେ ଧର୍ମେନ୍ଦ୍ର ପ୍ରଧାନଙ୍କ କପଟତା ଧରାପଡ଼ିଯାଇଛି

 ଭୁବନେଶ୍ବର: ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁକିନ୍ଦାରେ ପରିବାରବାଦ କଥା ଉଠାଇ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଓ ତାଙ୍କ ବାପା ପ୍ରଫୁଲ୍ଲ ଘଡ଼ାଇଙ୍କୁ ଟାର୍ଗେଟ୍ କରିବା ପରେ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଏହାର କଡ଼ା ଜବାବ୍ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ‌ଘଡ଼ାଇ କହିଛନ୍ତି ଯେ ମୁଁ ରାଜନୈତିକ ପରିବାରରୁ ଆସିଛି, କିନ୍ତୁ ମୁଁ ନିଜେ କଠିନ ପରିଶ୍ରମ କରି ଏବଂ ଲୋକଙ୍କ ଆଶୀର୍ବାଦରୁ ତିନିଥର ଲଗାତର ବିଧାୟକ ଭାବେ ଜିତି ଆସୁଛି। ହେଲେ ସେହି ପରିବାରବାଦରୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଗୋଟିଏ ରାଜନୈତିକ ପରିବାରର ହେବାର ଫାଇଦା ଉଠାଇଛନ୍ତି। କିନ୍ତୁ ଓଡ଼ିଶାବାସୀ ତାଙ୍କୁ ଆଶୀର୍ବାଦ ଦେଇନାହାନ୍ତି। ଦୁଇଟି ନିର୍ବାଚନ ହାରିବା ପରେ ସେ ସର୍ଟକଟ୍ ରାସ୍ତାରେ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। 

ଏହାସହ ଶ୍ରୀ ଘଡ଼ାଇ କହିଛନ୍ତି ଯେ ଓଡ଼ିଶାରୁ ପ୍ରାୟ ୬୦ହଜାର କୋଟିର ସ୍ବଚ୍ଛ ଶକ୍ତି ସେସ୍ ଆଦାୟ ହୋଇଛି। ହେଲେ ଟଙ୍କାଟିଏ ବି ଓଡ଼ିଶାକୁ ମିଳିନି। ଯେତେବେଳେ ସେ ସୁକିନ୍ଦାର ପ୍ରଦୂଷଣ କଥା କହୁଛନ୍ତି ସେତେବେଳେ ସେ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଯାଜପୁର ଲୋକଙ୍କୁ ଏହାର ଉତ୍ତର ଦିଅନ୍ତୁ ଯେ ଏମ୍‌ସିଏଲ୍‌, ନାଲ୍‌କୋ, ଆଇଓସିଏଲ୍‌ ଭଳି କେନ୍ଦ୍ରୀୟ ସରକାରୀ ଉଦ୍ୟୋଗରେ କିପରି ମଧ୍ୟପ୍ରଦେଶ ଓ ବିହାରର ଲୋକ ଚାକିରି ପାଉଛନ୍ତି ଅଥଚ ଓଡ଼ିଶାର ଲୋକ ଚାକିରି ପାଉନାହାନ୍ତି।

Umasankar Adv
Leave A Reply

Your email address will not be published.