ରାଖି ପୂର୍ଣ୍ଣିମା ଅବସରରେ ଡୁବୁରିଠାରେ ସୁରକ୍ଷା ବନ୍ଧନ ଉତ୍ସବରେ ବିଜେପିର ମହିଳା ସମାବେଶ ଅନୁଷ୍ଠିତ

 ଯାଜପୁର/ଦାନଗଦୀ: ରାଖି ପୂର୍ଣ୍ଣିମା ଅବସରରେ ଡୁବୁରିଠାରେ ସୁରକ୍ଷା ବନ୍ଧନ ଉତ୍ସବରେ ବିଜେପିର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରକୁ ଅପାରଗ ବୋଲି ଆଖ୍ୟା ଦେବା ସହିତ ପରିବର୍ତ୍ତନ କରିବାକୁ ଆହ୍ବାନ ଦେଇଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ମହିଳାଙ୍କ ପ୍ରତି ସମର୍ପିତ ହୋଇ କାମ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

gpkandhamal

ଏହି ଅବସରରେ ସେ ସାଧାରଣ ଗ୍ୟାସ୍‌ ଉପରେ ୨ଶହ ଟଙ୍କା ଓ ଉଜ୍ଜ୍ବଳା ଯୋଜନା ଗ୍ୟାସ ଉପରେ ୪ଶହ ଟଙ୍କା ରିହାତି ଦେଇ ରକ୍ଷାବନ୍ଧନ ଉତ୍ସବ ପୂର୍ବରୁ ଭଉଣୀ ଓ ମାଆ ମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଉପହାର ସଂପର୍କରେ ବର୍ଣ୍ଣନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧୪ ପୂର୍ବ ସ୍ଥିତି ସହିତ ଏବେ ମୋଦୀ ସରକାରଙ୍କ ତୁଳନାତ୍ମକ ତଥ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ, ୨୦୧୪ରେ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ଓଡ଼ିଶାରେ ୧୪ ଲକ୍ଷ ୩୮୬.୩୭ କୋଟି ଟଙ୍କା ଋଣ ମିଳୁଥିଲା। ଚଳିତ ବର୍ଷ ସୁଦ୍ଧା ୨୫ ହଜାର କୋଟି ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଅଛି। ୨୦୦୪ ରୁ ୨୦୧୪ ମସିହା ୧୦ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶାକୁ ୩ ଲକ୍ଷ କୋଟି ଟଙ୍କା ଅନୁଦାନ ଦେଇଥିଲେ। ୨୦୧୪ ରୁ ଆଜି ମଧ୍ୟରେ ୧୮ଲକ୍ଷ କୋଟି ଟଙ୍କା ଅନୁଦାନ ରାଜ୍ୟକୁ କେନ୍ଦ୍ର ଦେଇଛନ୍ତି। ଅଥଚ କେନ୍ଦ୍ର ସରକାରଙ୍କ ଅନୁଦାନ ରାଜ୍ୟରେ ସଦ୍‌ବିନିଯୋଗ ହୋଇପାରୁନାହିଁ। ଲୋକଙ୍କ ନିକଟରେ ପିଇବା ପାଣି ପହଞ୍ଚୁନାହିଁ। ସୁକିନ୍ଦାର ଅର୍ଥରେ ଅଧା ଓଡ଼ିଶାର ବିକାଶ ହେଉଛି। ଅଥଚ ଏଠିକାର ଯୁବକ ବାହାରେ ଦାଦନ ଖଟିବାକୁ ଯାଉଛି। ସୁକିନ୍ଦାରେ ପରିବାରବାଦ, ରାଜତନ୍ତ୍ର ଓ ଦୁର୍ନୀତିକୁ ହଟାଇବାକୁ ଶ୍ରୀ ପ୍ରଧାନ ଆହ୍ବାନ କରିଥିଲେ। ଏହି ସଭାରେ ବ‌ିଜେପି ଜିଲ୍ଲା ସଭାପତି ଗୌତମ ରାୟ ଅଧ୍ୟକ୍ଷତା କରି ଯାଜପୁର ଜିଲ୍ଲାକୁ ୫-ଟି ସଚିବଙ୍କ ଗସ୍ତକୁ କଟୁ ସମାଲୋଚନା କରିଥିଲେ। ବିଜେଡି ମନ୍ତ୍ରୀ ଓ ନେତାମାନେ କ୍ରୀତଦାସ ଭଳି ସଚିବଙ୍କ ପାଇଁ ରାତି ଅନିଦ୍ରା ହୋଇ ଟେଣ୍ଟ୍ ବାନ୍ଧୁଛନ୍ତି ବୋଲି କହିଥିଲେ। ସଭା‌ର ଆୟୋଜକ ବିଜେପି ନେତା ପ୍ରଦୀପ ବଳସାମନ୍ତ(ଟୁଟୁ ବଳ) ସୁକିନ୍ଦାର ଦୁର୍ନୀତି, ନଗଡ଼ା ଭଳି ଦାରିଦ୍ର୍ୟ, ବେକାରୀ ସମସ୍ୟା ଓ ୩୫ବର୍ଷର ପରିବାରବାଦ ଶାସନକୁ ହଟାଇବାକୁ ଆହ୍ବାନ ଦେଇଥିଲେ। ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ୫-ଟି ସଚିବଙ୍କ ଗସ୍ତକୁ କଡ଼ା ସମାଲୋଚନା କରିବା ସହିତ ୫-ଟି ଗୁଣ୍ଡା ବାହିନୀଙ୍କ କାର୍ଯ୍ୟକୁ ନିନ୍ଦା କରିଥିଲେ। ରାଜ୍ୟରେ ଗାଣତାନ୍ତ୍ରିକ ବ୍ୟବସ୍ଥା ଏବେ ଭୁଶୁଡ଼ି ପଡିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ରାଜ୍ୟ ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ, ଜିଲ୍ଲା ମହିଳା ସଭାନେତ୍ରୀ ବବିତା ମଲ୍ଲିକ, ପିଙ୍କି ପ୍ରଧାନ ପ୍ରମୁଖ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

Umasankar Adv
Leave A Reply

Your email address will not be published.