ଦ୍ୟୁତ୍ ଉପଭୋକ୍ତାଙ୍କ ବିରୋଧରେ ଭୀଷଣ ଷଡ଼୍‌ଯନ୍ତ୍ର

୨୦୨୧-୨୨ରେ କେନ୍ଦ୍ର ସରକାରଙ୍କ ପାୱାର ଫାଇନାନ୍ସ କର୍ପୋରେସନ୍ (ପିଏଫ୍‌ସି) ଜାରି କରିଥିବା ରିପୋର୍ଟ କହୁଛି ଦେଶର ପ୍ରାୟ ୩୦ କୋଟି ବିଦ୍ୟୁତ ଉପଭୋକ୍ତା ୟୁନିଟ୍‌ ପିଛା ହାରାହାରି ୫ଟଙ୍କା ୮ ପଇସା ହିସାବରେ ବିଲ୍‌ ପୈଠ କରୁଛନ୍ତି। ସେହି ସମୟରେ ଓଡ଼ିଶାର ପ୍ରାୟ ୧ କୋଟି ଉପଭୋକ୍ତା ୟୁନିଟ୍‌ ପିଛା ୫ ଟଙ୍କା ୯୮ ପଇସା ହାରରେ ବିଦ୍ୟୁତ୍ ବିଲ୍‌ ଦେଇଛନ୍ତି। ଅର୍ଥାତ୍ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନେ ୟୁନିଟ୍‌ ପିଛା ଅଧିକ ୯୦ ପଇସା ଗଣିଛନ୍ତି।
ଏହି ପ୍ରସଙ୍ଗଟି ଅଧିକ ଗମ୍ଭୀର ଜଣାପଡ଼ିବାର କାରଣ ହେଲା, ଗତ ଫେବ୍ରୁଆରି-ମାର୍ଚ୍ଚରେ ବିଦ୍ୟୁତ୍ ଦର ନିର୍ଧାରଣ ଶୁଣାଣି ବେଳେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲା। ବିସ୍ତୃତ ପ୍ରମାଣ ସହ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେ ବେଆଇନ୍‌ ଭାବେ ଉପଭୋକ୍ତାଙ୍କ ଠାରୁ ପାଖାପାଖି ୨୭୨୭ କୋଟି ଟଙ୍କା ଅସୁଲ କରାଯାଇଛି। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଅବୈଧ ଭାବେ ଖୁଚୁରା ମୂଲ୍ୟ ବିଜ୍ଞାପିତ କରିବା କାରଣରୁ ଗତ ତିନି ବର୍ଷରେ ଏତେ ବଡ଼ ପରିମାଣର ଅର୍ଥ ଗ୍ରାହକଙ୍କ ଠାରୁ ଅସୁଲ ହୋଇଛି। ଏହି ଅର୍ଥକୁ ସୁଧ ସହ ଉପଭୋକ୍ତାଙ୍କୁ ଫେରସ୍ତ ଲାଗି ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ। ବିଦ୍ୟୁତ୍‌ ଆଇନ-୨୦୦୩ର ଧାରା ୬୨(୬)ରେ ଏ ନେଇ ସ୍ପଷ୍ଟ ବ୍ୟବସ୍ଥା ଥିବାରୁ ଆୟୋଗ ବିହିତ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଶୁଣାଣି ବେଳେ ଦାବି ଜଣାଇଥିଲେ।

Leave A Reply

Your email address will not be published.