ମାଛରଙ୍କା ବିରାଡ଼ିକୁ ନେଇ ଆତଙ୍କ

ଫୁଲନଖରା: ଖଣ୍ଡେଏତା ପଞ୍ଚାୟତ ଅନ୍ତର୍ଗତ ଅରଡ଼ ଗ୍ରାମରେ ଅଜଣା ଜନ୍ତୁକୁ ଦେଖି ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଅରଡ଼ ଗ୍ରାମର ଏକ ଗଡ଼ିଆରେ ମାଛ ଚାଷ ହୋଇଛି ଏବଂ କିଛି ଦୂରରେ ଦୁଇ ବଖରା ଘର ଅଛି। ଘରେ ଲାଗିଥିବା ଏକ ସିସିଟିଟିଭିରୁ ଲୋକେ ଜାଣିବାକୁ ପାଇଲେ ଯେ ରାତିରେ ଗୋଟିଏ ବାଘ ଭଳି ଦେଖାଯାଉଥିବା ଏକ ଜନ୍ତୁ ଗଡ଼ିଆ ବନ୍ଧରେ ବୁଲାବୁଲି କରି ଗଡ଼ିଆ ଭିତରୁ ମାଛ ଖାଉଛି। ଲୋକମାନେ ଏହା ଦେଖି ଖଣ୍ଡେଏତାରେ ଥିବା ସ୍ପିକ ଫର ଆନିମଲସ ଅନୁଷ୍ଠାନକୁ ଖବର ଦେଇଥିଲେ। 

ଏହି ଅନୁଷ୍ଠାନର ଚିଲିକା ଠାରେ ଥିବା ଫିସିଙ୍ଗ କ୍ୟାଟ ପ୍ରୋଜେକ୍ଟକୁ ଜଣାଇବାପରେ ସେମାନେ ଆସି ଅରଡ଼ ଗ୍ରାମରେ ପହଞ୍ଚି ସିସିଟିଭି ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଅଜଣା ଜନ୍ତୁଟି ହେଉଛି ମାଛରଙ୍କା ବିରାଡ଼ି। ଏମାନେ ମଣିଷଙ୍କର କୌଣସି କ୍ଷତି କରନ୍ତି ନାହିଁ। ଗଡ଼ିଆ ପାଖକୁ ଯାଇ ଜନ୍ତୁମାନଙ୍କର ପାଦ ଚିହ୍ନରୁ ଅନୁମାନ କରାଯାଉଛି ଯେ ଏଠାରେ ଏହିପରି ୪ଟି ଜନ୍ତୁ ଚଲାବୁଲା କରୁଛନ୍ତି।

Umasankar Adv
Leave A Reply

Your email address will not be published.