ଇଉକାଲିପଟାସ କାଠ ଚାଲାଣର ହବ୍ ପାଲଟିଛି ଜୟପୁର

 ଜୟପୁର:  ଇଉକାଲି ପଟାସ(ନିଳଗିରୀ) କାଠ ଚାଳାଣର ହବ୍ ପାଲଟିଛି ଜୟପୁର। ପଡୋଶୀ ଜିଲ୍ଲା ରାୟଗଡ଼ା, ନବରଙ୍ଗପୁର ଓ   ପଡୋଶୀ ରାଜ୍ୟ  ଆନ୍ଧ୍ର ପ୍ରଦେଶ, ତେଲେଙ୍ଗନା, ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡର ବିଭିନ୍ନ ପ୍ଲାଇ,କାଗଜକଳକୁ ଏଠାରୁ ଯାଉଛି କାଠ। ଏସବୁ ସ୍ଥାନର ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମଧ୍ୟସ୍ଥ ମାନେ ଜୟପୁରରେ ଡ଼େରା ପକାଇ ଚଢ଼ାଦରରେ କିଣି ନେଉଛନ୍ତି ଖଟଲା ଓ ଜାଳେଣୀ କାଠ । ଧିରେ ଧିରେ ଏଭଳି ସ୍ଥିତି ଏଠାରେ ହୋଇଛି ଯୋ ଅଂଚଳରୁ ନିଳଗିରୀ କାଠ ସବୁ ସରି ସରି ଆସିଲାଣି। ଏହି ସ୍ଥିତି ଏଭଳି ଲାଗି ରହିଲେ ଆଗାମୀ ଦିନରେ ସ୍ଥାନୀୟ କାଠ ଭେଣ୍ଡର ମାନେ କାଗଜକଳ ପାଇଁ କାଠ କିଣି ଯୋଗାଇବା ସମ୍ଭବ ପର ନୁହେଁ ଏବଂ ଜାଳେଣୀ କାଠ ନଥିଲେ କିଭଳି କାଗଜକଳ ଚାଳିବ ବୋଲି ବହୁ ଭେଣ୍ଡର କହିଛନ୍ତି। 

gpkandhamal

ସୂଚନା ଅନୁଯାୟୀ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା ଇଉକାଲି ପଟାସ(ନିଳଗିରୀ) କାଠର ଚାଳାଣ ଜୟପୁରରୁ ହେଉଛି। ପଡୋଶୀ ରାଜ୍ୟର ପ୍ଲାଇ,କାଗଜକଳ ଆଦିର ଉଚ୍ଚପଦସ୍ଥ ଅଧିକାରୀ,ମଧ୍ୟସ୍ଥ ମାନେ ଜୟପୁରରେ ଡ଼େରା ପକାଇ ଖଟଲା ଓ ଜାଳେଣୀ କାଠକୁ ଚଢ଼ା ଦରରେ କିଣି ଚାଳାଣ କରୁଛନ୍ତି। ପ୍ରତ୍ୟେକ ଦିନ ୧୦, ୧୨ ଓ୧୪ଛକିଆ ଟ୍ରକ ଗୁଡିକରେ ରାୟଗଡ଼ା ଜିଲ୍ଲାର ଜେକେପୁର କାଗଜକଳ , ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମଙ୍ଗଳମ୍ ଟିମ୍ବର୍ସ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ, ରାଜମହେନ୍ଦ୍ରୀ, ତେଲେଙ୍ଗାନାର ଭଦ୍ରାଚଳମ୍, ମହାରାଷ୍ଟ୍ରର ପୁନେ, ମୁମ୍ବାଇ, ଗୁଜରାଟ, ଛତିଶଡର ଜଗଦଲପୁର, ରାୟପୁର , ରାୟଗଡ଼ା ଜିଲ୍ଲାର ଜେକେ ପୁର ଆଦି ସ୍ଥାନକୁ ଯାଉଛି କାଠ। ପ୍ରତ୍ୟେକ ଦିନ ୨୫ରୁ ୩୦ ଟନର ଖଟଲା ୨୦ଟି ଟ୍ରକ ଯାଉଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଟ୍ରକ ଜାଳେଣୀ କାଠ ଯାଉଛି।

Umasankar Adv
Leave A Reply

Your email address will not be published.