ଗଞ୍ଜେଇ ଚାଷ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

ମାଲକାନଗିରି: ମୌସୁମୀ ବର୍ଷାର ପ୍ରକୋପ କମିବାରେ ଲାଗିଥିବା ବେଳେ ଚାଷ ପାଇଁ ପାଗ ଅନୁକୁଳ ହେବାରେ ଲାଗିଛି। ଗଞ୍ଜେଇ ଚାଷ ପାଇଁ ଏବେ ଠାରୁ ମାଟିକୁ ପ୍ରସ୍ତୁତ କରାଯାଉଛି। ବର୍ଷା ଦିନ ଶେଷ ହେବାକୁ ବସିଥିବା ବେଳେ ଜମିରେ ବିହନ ବୁଣିବେ ମାଫିଆ। ତାହା ତିନିରୁ ଚାରି ମାସ ପରେ ଅମଳ ପାଇଁ ପ୍ରସ୍ତୁତ ହୋଇଯିବ। ଫଳରେ ଅମଳ କରିଥିବା ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ କରିବେ ମାଫିଆ। ଏନେଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚାଷ ପାଇଁ ପ୍ରସ୍ତୁତି ହେଉଥିବା ନେଇ ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ସର୍ବାଧିକ ଗଞ୍ଜେଇ ଚାଷ ହୋଇଥାଏ।ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ସର୍ବାଧିକ ଗଞ୍ଜେଇ ଚାଷ ହୋଇଥାଏ। ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳର ସୁଯୋଗ ନେଇ ମାଫିଆମାନେ ସେଠାରେ ନିଜର ଆଡ୍ଡା କରିଥାନ୍ତି। ସେହିପରି କୋରୁକୋଣ୍ଡା, ମାଥିଲି, ମାଲକାନଗିରି ଓ କାଲିମେଳା ବ୍ଲକର ବହୁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥାଏ। ଏହି ବ୍ଲକରେ ବହୁ ପରିମାଣରେ ଗଞ୍ଜେଇ ଚାଷ ହୋଇ ବିକ୍ରି ପାଇଁ ଯାଉଥିବା ବେଳେ ତାହାର ହିସାବ କାହା ପାଖରେ ମଧ୍ୟ ନାହିଁ। ଗଞ୍ଜେଇ ଚାଷ ବେଳେ ଯେଉଁ ଗଛ ନଷ୍ଟ କରାଯାଉଛି କିମ୍ବା ଚାଲାଣ ବେଳେ ଜବତ କରାଯାଉଛି ତାହାର ପରିମାଣ ଜଣାପଡୁଛି। ନଚେତ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ କରି କରି ବାହାର ରାଜ୍ୟକୁ ପ୍ରତିବର୍ଷ ଚାଲାଣ କରାଯାଉଛି। ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଲେ ତାହାର ମୂଲ୍ୟ ଆହୁରି ଅଧିକ ବଢ଼ିବାରେ ଲାଗୁଛି।

Leave A Reply

Your email address will not be published.