ଖୈବର୍‌-ପଖ୍‌ତୂନ୍‌ଖ୍ବାରେ ଆତ୍ମଘାତୀ ବିସ୍ଫୋରଣ; ୯ ପାକିସ୍ତାନୀ ନିରାପତ୍ତା ରକ୍ଷୀ ସହିଦ

ପେସାୱାର୍‌: ପାକିସ୍ତାନର ଖୈବର୍‌-ପଖ୍‌ତୂନ୍‌ଖ୍ବା ଅଞ୍ଚଳରେ ଗୁରୁବାର ଦିନ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ଅନ୍ୟୂନ ୯ଜଣ ନିରାପତ୍ତା ରକ୍ଷୀ ସହିଦ ହୋଇଛନ୍ତି ଓ ଆଉ ୧୭ଜଣ ଆହତ ହୋଇଥିବା କଥା ‘ଡନ୍‌ ନିଉଜ୍‌’ ରିପୋର୍ଟ କରିଛି। ପୁଲିସସୂତ୍ରରୁ ଉଦ୍ଧାର କରି ‘ଦି ପାକିସ୍ତାନ ଟେଲିଗ୍ରାଫ୍‌’ ରିପୋର୍ଟ କରିଛି, ବାଇକ୍‌ ଚଳାଇ ଆସୁଥିବା ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ମାଲି ଖେଲ୍‌ ଅଞ୍ଚଳରେ ନିରାପତ୍ତା ରକ୍ଷୀଙ୍କ ଗାଡ଼ିକୁ ଧକ୍କା ଦେଇଥି‌ଲେ।

ଆଫଗାନିସ୍ତାନକୁ ଲାଗିଥିବା ଖୈବର୍‌-ପଖ୍‌ତୂନ୍‌ଖ୍ବାର ସୀମାନ୍ତ ଜିଲ୍ଲା ବନ୍ନୁରେ ଘଟିଥିବା ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣା ପାଇଁ ଏଯାବତ୍‌ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ, ପାକିସ୍ତାନୀ ତାଲିବାନ୍‌ ଏହି ଆକ୍ରମଣ କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

Umasankar Adv
Leave A Reply

Your email address will not be published.