ମଝି ସମୁଦ୍ରରେ ସଂଦିଗ୍ଧ ଯୁବକଙ୍କୁ ଦେଖି ମତ୍ସ୍ୟଜୀବୀ ଆତଙ୍କିତ

ପାରାଦୀପ: ଦୂର ସମୁଦ୍ରରେ ଧରାପଡିଲେ ସନ୍ଦିଗ୍ଧ ଯୁବକ। ପରାଦୀପ ସମୁଦ୍ର ମଝିରେ ଜଣେ ଯୁବକଙ୍କୁ ବୋଟ୍‌ରେ ଚଢ଼ିଯିବ‌ାର ଦେଖିବାକୁ ମିଳିଛି। ଚିଲିକା ମୁହାଣରୁ ୭୧ କିଲୋମିଟର ଦୂରତାରେ ଜଣେ ଅଜଣା ଯୁବକ ବୋଟ୍‌ରେ ଚଢ଼ିବା ନେଇ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମଝି ସମୁଦ୍ରରେ ପହଁରି ପହଁରି ଆସୁଥିବା ଯୁବକକୁ ଅଚାନକ ଦେଖିବାକୁ ପାଇଲେ ମତ୍ସ୍ୟଜୀବୀ। ଲଙ୍ଗର ପକାଇ ଠିଆ ହୋଇଥିବା ଓମ ନମଃ ଶିବାୟ ବୋଟରେ ସମ୍ପୃକ୍ତ ଯୁବକ ଚଢିଥିବା ସୂଚନା ମିଳିଛି।

Leave A Reply

Your email address will not be published.