ଦାବି ପୂରଣ ନହେବା ଯାଏଁ ଚାଇଲ୍ଡଲାଇନ୍ କର୍ମଚାରୀଙ୍କ ସେବା ବନ୍ଦ

କନ୍ଧମାଳ: ଯତ୍ନ ଓ ସୁରକ୍ଷା ଲୋଡୁଥିବା ଜନ୍ମ ରୁ ୧୮ ବର୍ଷ ବୟସର ପ୍ରତ୍ୟେକ ବର୍ଗର ଶିଶୁଙ୍କ ପାଇଁ ଓଡିଶାରେ ଦୀର୍ଘ ୨୩ ବର୍ଷ ଧରି ଦିନ ରାତି କାର୍ଯ୍ୟ କରୁଥିବା କନ୍ଧମାଳ ସମେତ ୩୦ଜିଲ୍ଲାର ଚାଇଲ୍ଡଲାଇନ୍ କର୍ମଚାରୀଙ୍କ ସେବା ଆଜି ମଧ୍ୟରାତ୍ରରୁ ବନ୍ଦ ହେଉଛି ଓ ଆସନ୍ତା ଏକ ତାରିଖରୁ ତାଙ୍କର ଜୀବିକା ହରାଇ ଘରେ ବସିବେ। ଭାରତ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ସ୍ୱଳ୍ପ ବେତନ ରେ ଅବହେଳିତ, ଅନାଥ ଓ ପରିତ୍ୟକ୍ତ ପିଲା ମାନଙ୍କ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଓଡିଶାରେ କାର୍ଯ୍ୟ କରୁଥିବା ୫୦୦ କର୍ମଚାରିଙ୍କ ପିଲା,ପରିବାର ବର୍ଗ ମାନେ ବର୍ତ୍ତମାନ ଅବହେଳିତ ହୋଇଯାଇଛନ୍ତି । ଚାଇଲ୍ଡଲାଇନ ଇଣ୍ଡିଆ ଫାଉଣ୍ଡେସନ ଚିଠି ଅନୁଯାଇ ୩୧ ଅଗଷ୍ଟ ୨୩ ରିଖ ଠାରୁ ଆଉ ଉକ୍ତ କର୍ମଚାରୀ ମାନେ ଚାଇଲ୍ଡଲାଇନ ରେ କାର୍ଯ୍ୟ କରିପାରିବେ ନାହିଁ । ଭାରତ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଏସଓପି ଅନୁଯାଇ ଓଡିଶା ସରକାର ପୂର୍ବରୁ ରହିଥିବା ଚାଇଲ୍ଡଲାଇନ ର ଟୋଲ ଫ୍ରି ନମ୍ବର 1098(୧୦୯୮) ପରିବର୍ତ୍ତେ ନୂତନ ଭାବେ ଚାଇଲ୍ଡ ହେଲ୍ପ ଲାଇନ 112(୧୧୨)ର କାର୍ଯ୍ୟ ନିର୍ଧାରଣ କରିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ତତ୍ଵାବଧାନରେ କାର୍ଯ୍ୟ କରିବା ନିମନ୍ତେ ନିଷ୍ପତି ନେଇଛନ୍ତି ବୋଲି ବିଭିନ୍ନ ସୂତ୍ରରୁ ଜଣାଯାଇଛି। ଏ ବାବଦରେ ଶୁଣିବା ପରେ ବର୍ତମାନ All Odisha CHILDLINE Unit ତରଫରୁ ପ୍ରଥମେ 15th April 2023 ରିଖ ଘ.4.30 ମିନିଟିରେ [email protected] Email ମାଧ୍ୟମରୁ [email protected], [email protected], [email protected], [email protected], [email protected] ଙ୍କୁ ନୃତନ ଚାଇଲ୍ଡ ହେଲ୍ପ ଲାଇନ ରେ ନିଯୁକ୍ତି ଦେବା ନିମନ୍ତେ ଚିଠି ମାଧ୍ୟମରେ ନିବେଦନ କରାଯାଇଥିଲା । ତା ୦୩/୦୭/୨୩ ରିଖରେ Commissioner cum Secretary of W&CD Department Smt. Shobha Sharma, Additional Director OSCPS, Smt. Rega Geetarani Patnaik & OSCPS Department of W&CD Director Shri Lingaraj Panda, ଙ୍କ Grievance ସେଲକୁ ଯାଇ ଚାଇଲ୍ଡଲାଇନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମକର୍ତ୍ତାଙ୍କର ଭବିଷ୍ୟତ ନିର୍ଦ୍ଧାରଣ ନିମନ୍ତେ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ। ତା -୧୦/୦୭/୨୩ ରିଖରେ Honourable Chief Minister of Odisha and Private Secretary to Chief Minister & Secretary Transformational Initiatives (5T) Sri V.K. Pandian ଙ୍କ Grievance ସେଲକୁ ଯାଇ ଚାଇଲ୍ଡଲାଇନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମକର୍ତ୍ତାଙ୍କର ଭବିଷ୍ୟତ ନିର୍ଦ୍ଧାରଣ ନିମନ୍ତେ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ତା -୨୧/୦୭/୨୩ ରିଖରେ Honorable Minister Department of W&CD Smt. Basanti Hembram ଙ୍କ Grievance ସେଲକୁ ଯାଇ ଚାଇଲ୍ଡଲାଇନର ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ତା -୨୬/୦୭/୨୩ ରିଖରେ କଟକ, ପୁରୀ ଓ ବ୍ରହ୍ମପୁର ଚାଇଲ୍ଡଲାଇନ ର ନିର୍ଦ୍ଦେଶକ/ନିର୍ଦ୍ଦେଶକା ମାନେ ମିଳିତ ଭାବେ ଏକ ଦାବୀ ପତ୍ର ପତ୍ର Honourable President of India Smt. Droupadi Murmu ଙ୍କୁ ପ୍ରଦାନ କରିଥିଲେ ଏବଂ ତା -୨୮/୦୭/୨୩ ରିଖ ଘ.8.29 ମିନିଟ ସମୟରେ ପୁନର୍ବାର ମୁଖ୍ୟ ମନ୍ତ୍ରୀ ଙ୍କୁ ଠିକଣା କରି 30 ଟି ଜିଲ୍ଲାର ଜିଲ୍ଲା ପାଳଙ୍କୁ ଚାଇଲ୍ଡଲାଇନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ନୃତନ ଚାଇଲ୍ଡ ହେଲ୍ପ ଲାଇନ ରେ କାର୍ଯ୍ୟକରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଇମେଲ ମାଧ୍ୟମରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଉତ୍ତର କୌଣସି ବିଭାଗ ତରଫରୁ ଆସି ନାହିଁ। ଏହା ବ୍ୟତୀତ କନ୍ଧମାଳ ଜିଲ୍ଲା ର District Citizen’s Forum ତରଫରୁ ମୁଖ୍ୟ ମନ୍ତ୍ରୀ ଙ୍କୁ ଏକ ଲିଖିତ ନିବେଦନ କରାଯାଇଥିଲା କି ଚାଇଲ୍ଡଲାଇନ ରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ଙ୍କୁ ନୃତନ କରି ହେଉଥିବା ଚାଇଲ୍ଡ ହେଲ୍ପ ଲାଇନ କାର୍ଯ୍ୟରେ କାର୍ଯ୍ୟ କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଉ । କିନ୍ତୁ କୌଣସି ଅଧିକାରୀଙ୍କ ଠାରୁ କୌଣସି ଉତ୍ତର ନମିଳିବା ବେଳେ ଚାଇଲ୍ଡଲାଇନ ଇଣ୍ଡିଆ ଫାଉଣ୍ଡେସନ ଦେଇଥିବା ସମୟ ପାଖେଇ ଆସୁଥିବାରୁ ବାଧ୍ୟ ହୋଇ ଚାଇଲ୍ଡଲାଇନ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମକର୍ତ୍ତାଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ମାନ୍ୟବର ହାଇ କୋର୍ଟଙ୍କ ଦ୍ଵାରସ୍ଥ ହେବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇ ହାଇ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଦୀର୍ଘ ୨୩ ବର୍ଷ ଧରି ଦିନ ରାତି ଚାଇଲ୍ଡଲାଇନ 1098 ରେ କାର୍ଯ୍ୟ କରୁଥିବା ୫୦୦ କର୍ମ ଚାରୀ ଙ୍କୁ ଯଦି ସରକାର ତାଙ୍କର ନୃତନ ଚାଇଲ୍ଡ ହେଲ୍ପ ଲାଇନ (112 )ରେ କାର୍ଯ୍ୟ କରିବାକୁ ସୁଯୋଗ ନ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ଉକ୍ତ ୫୦୦ କର୍ମଚାରୀ ତାଙ୍କର ପିଲାଛୁଆ ଙ୍କ ସହ ସମସ୍ତ ପରିବାର ଙ୍କୁ ସାଙ୍ଗରେ ଧରି ରାଜ ରାସ୍ତାରେ ବସିବା ସହିତ ଆଇନକୁ ହାତକୁ ନେବାପାଇଁ ପଛାଇବେ ନାହିଁ ବୋଲି All Odisha CHILDLINE Unit ପକ୍ଷରୁ ଆହ୍ଵାନ ଦିଆ ଯାଇଅଛି । ଧାରଣା ସମୟରେ ଯଦି କୌଣସି ଚାଇଲ୍ଡଲାଇନର କର୍ମଚାରୀ କିମ୍ବା ସେମାନଙ୍କ ପିଲାର ବା ପରିବାର ବର୍ଗ ଙ୍କ ର କୌଣସି ବି କ୍ଷତି ହୁଏ ସେଥିପାଇଁ ଓଡିଶା ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଅଲ୍ ଓଡ଼ିଶା ଚାଇଲ୍ଡ ଲାଇନ୍ ୟୁନିଟ୍ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।
ପ୍ରକାଶ ଥାଉକି କି ଏତେ କଷ୍ଟ କରି ଯେଉଁ କର୍ମଚାରୀ ମାନେ କାର୍ଯ୍ୟ କରି ସରକାରଙ୍କୁ ଏତେ ସଫଳତା ର ପାହାଚ ଉପରେ ପାହାଚ ଚଢାଇ ଛନ୍ତି ସେମାନଙ୍କୁ ସରକାରଙ୍କ ଦ୍ୱାରା ନୂତନକରି ବାତ୍ସଲ୍ୟ ଯୋଜନାରେ ହେଉଥିବା ଚାଇଲ୍ଡ ହେଲ୍ପ ଲାଇନ ରେ ବିନା କୌଣସି ସର୍ତ୍ତରେ ରଖିବା ପାଇଁ ଚାଇଲ୍ଡ ଲାଇନ୍ ର କର୍ମ କର୍ତ୍ତା ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। କାରଣ ସେମାନଙ୍କ ର ଅଭିଜ୍ଞତା, କାର୍ଯ୍ୟ କରିବାର କୌଶଳ, ଲୋକ ସମ୍ପର୍କ, ଆଇନ ବାବଦରେ ଅଭିଜ୍ଞତା, ବିଭିନ୍ନ ସରକାରୀ ବିଭାଗ ସହିତ ସୂ ସମ୍ପର୍କ ତା ଛଡା, ଜିଲ୍ଲା ରେ ଥିବା ବିଭିନ୍ନ କମିଟି ଯେପରି ଡିସିପିସି, ବାଲ୍ୟବିବାହ ଟାସ୍କ ଫୋର୍ସ, ବାଳ ଶ୍ରମିକ ଟାସ୍କ ଫୋର୍ସ ଇତ୍ୟାଦି କମିଟି ରେ ପୂର୍ବ ଚାଇଲ୍ଡ ଲାଇନ୍ ର କର୍ମ କର୍ତ୍ତା ମାନେ ରହି ଆସିଥିବା ବେଳେ ପ୍ରତ୍ୟେକ ଜିଲ୍ଲା ରେ ଶିଶୁ ସୁରକ୍ଷା କୁ ସୁନିଶ୍ଚିତ କରିବା ଦିଗରେ ବିଶେଷ ଭୂମିକା ସହିତ ଅତୀବ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରି ବେଶ୍ ଲୋକଙ୍କ ବିଶ୍ୱାସ ଭାଜନ ହୋଇଥିଲେ। ଜିଲ୍ଲା ର DCPO,CWC,JJB,SJPU, POLI CE,EDUCATION DEPARTMENT ଇତ୍ୟାଦି ସମସ୍ତ ବିଭାଗ ସହିତ ସହ ଯୋଗ ସ୍ଥାପନ କରି,ସମସ୍ତଙ୍କ ସହ ମିଶି ଶିଶୁ ମାନଙ୍କୁ ସେମନଙ୍କର ଯତ୍ନ ସୁରକ୍ଷା ଦେଉଥିଲେ । ଏହା ସହିତ ଯେତେ କେଶ ଆଗରୁ ହୋଇଛି ଏବେ କାର୍ଯ୍ଯ ରତ ଷ୍ଟାଫ ମାନେ ବହୂ କେଶ ପିଲାମାନଙ୍କ ପାଇଁ କୋର୍ଟ ରେ ଦାଏର କରିଛନ୍ତି। ସାକ୍ଷୀ ମଧ୍ଯ ଅଛନ୍ତି।ଆଜି ଯଦି ସେମାନଙ୍କର ଚାକିରି ଚାଲି ଯାଏ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ କୋର୍ଟ କୁ ଯିବାକୁ ପଡିବ। ତେଣୁ ପ୍ରସଙ୍ଗ ଏହିକି ଯେତେଦିନ ପଯ୍ୟନ୍ତ ଷ୍ଟାଫ କୋର୍ଟ କୁ ଯିବେ ତାପାଇଁ ସରକାର ସମସ୍ତ ଖର୍ଚ୍ଚ ସେମାନଙ୍କ ପାଇଁ ଦେବେକି? କାରଣ ଏହି କାର୍ଯ୍ଯ ଓଡିଶାର ପିଲାମାନଙ୍କ ପାଇଁ କରାଯାଇଥିଲା ଏବଂ CWC,DCPO, ଙ୍କ ପରାମର୍ଶ ରେ ତ କରାଯାଇ ଥିଲା। ପୁଣି ଯେହେତୁ ପୂର୍ବ ଚାଳିତ ଚାଇଲ୍ଡ ଲାଇନ ୩୧/୮/୨୩ ରିଖରେ ବନ୍ଦ ହେଉଛି ତେଣୁ ବର୍ତମାନ ୧୦୯୮ ବି ଠିକ୍ ଭାବରେ ଲାଗୁ ନାହିଁ କି ୧୧୨ ନମ୍ବର୍ଟି ସଂଜୋଗ ହୋଇନାହିଁ, କି ଲୋକ ମାନେ ଠିକ୍ ଭାବରେ ନୂତନ ସିଷ୍ଟମ ବାବଦରେ ଅବଗତ ନୁହନ୍ତି ତେଣୁ ଏବେ ଠାରୁ ପିଲାମାନଙ୍କର ଯତ୍ନ ସୁରକ୍ଷା କୁ ସୁନିଶ୍ଚିତ କରିବା ଦିଗରେ ସରକାର ଙ୍କ ର ବିଫଳତା ଦିଗରେ ପ୍ରଶ୍ନ ବାଚି ସୃଷ୍ଟି ହେଲାଣି। ଲୋକ ମାନଙ୍କର ଏବଂ ସମାଜ ର ସାଧାରଣ ଲୋକ ମାନେ କ୍ଷବ ପ୍ରକାଶ କରିବା ଆରମ୍ଭ କଲେଣି। ଏପରିକି ବହୁ କେଶ ପୂର୍ବରୁ କାର୍ଯ୍ଯ କରୁଥିବା ଚାଇଲ୍ଡ ଲାଇନ୍ ର ସଦସ୍ୟ ମାନଂକ ପାଖକୁ ତାଙ୍କର ନିଜସ୍ୱ ଫୋନ ରେ ଆସିବା ଆରମ୍ଭ ହେଲାଣି। ଏବେ ପିଲା ମାନଂକର ଭବିଷ୍ୟତ କଣ ହେବ ତା ପାଈଁ ସରକାର ଚିନ୍ତା କରୁନାହାନ୍ତି କଣ ପାଇଁ ? ତେଣୁ ସରକାରଙ୍କୁ ନିବେଦନ କି ଯଥା ଶୀଘ୍ର ଏହି ପ୍ରସଙ୍ଗ ଉପରେ ଆଲୋଚନା ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଇ ତୁରନ୍ତ existing staff ମାନଙ୍କୁ ନେଇ କାର୍ଯ୍ଯ ଆରମ୍ଭ କରି ପୂର୍ବ ପରି ପିଲା ମାନଂକର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଲ ଓଡ଼ିଶା ଚାଇଲ୍ଡ ଲାଇନ୍ ୟୁନିଟ୍ ତରରଫରୁ ସରକାରଙ୍କୁ ନିବେଦନ କରାଯାଉଛି ।

Leave A Reply

Your email address will not be published.