ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ଠାରେ କଂଗ୍ରେସର ଜନ ଜାଗରଣ ଯାତ୍ରା ସହ ମିଶ୍ରଣ ପର୍ବ ଅନୁଷ୍ଠିତ

ବାଲିଗୁଡା : ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡା ଠାରେ କଂଗ୍ରେସ ତାର ଜନ ଜାଗରଣ ଯାତ୍ରା ଆରମ୍ଭ କରିଛି l ଏହି ଯାତ୍ରାରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଆଇ,ସି,ସି ଚ୍ୟାରମ୍ୟାନ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କ ସମେତ ସୁର ରାଉତରାୟ, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ବିଜୟ ପଟନାୟକ, ସମେତ ବହୁ ବିଧାୟକ ଓ ପୂର୍ବତନ ବିଧାୟକ ଯୁବ କଂଗ୍ରେସ ସଭାପତି ଓଡିଶା ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ଥିଲେ ତାସହ ଅନେକ ବିଜେଡି ଏବଂ ବିଜେପି କର୍ମୀ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ l ଉପଖଣ୍ଡର ବିଭିନ୍ନ ବ୍ଲକର ଶହଶହ କଂଗ୍ରେସ କର୍ମି ମହିଳା/ପୁରୁଷ ମାନେ ଏହି ଜନ ଜାଗରଣ ଯାତ୍ରାରେ ଯୋଗଦେଇଥିଲେ l ଅନୁକୂଳ ପାଗ ସତ୍ୱେ ବହୁକର୍ମୀ ଯୋଗଦେଇ ଆଜିର କଂଗ୍ରେସ ଜନ ଜାଗରଣ ଯାତ୍ରାକୁ ସଫଳକରିଥିବା ଦେଖିବାକୁ ମିଳିଥିଲାl ପ୍ରତେକ ଦଳିଅ ନେତୃତ୍ୱ ଓ କର୍ମି ଏକ ରାଲି କରି ସହର ପରିକ୍ରମା ପରେ ସ୍ଥାନୀୟ ସଭାଗୃହ ପରିସରରେ ସଭା ସ୍ଥଳକୁ ପହଁଚି କଂଗ୍ରେସ ଦଳ ଆଗାମୀ ଦିନରେ ଆସିଲେ କଣ ସୁବିଧା ସବୁ ଜନସାଧାରଣଙ୍କ ପାଇଁ କରିବେ ତାହାରି ଉପରେ ଆଲୋକ ପାତ କରିବାସହ ରାଜ୍ୟରେ ଚାଲିଥିବା ବିଜେଡି ଓ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବିଫଳତା ଉପରେ କହି ଓଡିଶା ରାଜ୍ୟର ୫ଟି ସରକାର ସଚିବ ଓ ଯୋଜନା ନାଁରେ ଭୋଟ ହାତେଇବା ଓ ଲୋକମାନଙ୍କୁ ଭୁଆଁ ବୁଲେଇ ମଦମାଂସ ଓ ଟଙ୍କା ଦେଇ ଶୋଷଣ କରିବାକୁ ନିନ୍ଦା କରି ଭାଷଣ ଦେଇ କଂଗ୍ରେସ ଆଗାମୀ ନିର୍ବାଚନରେ ୯୦ ସିଟ ଆଣି ପୂର୍ଣ୍ଣ ସଂଖ୍ୟାରେ ସରକାର କରିବାର ଦମ୍ଭୋକ୍ତି କରି କହିଥିଲେ l

Leave A Reply

Your email address will not be published.