ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର: ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଛି | ଏହି ବିମାନଟି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା | ଉଡ଼ାଣର ଅଳ୍ପ କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା | ଆଉ ଏହାପରେ ପାଇଲଟ ବିମାନଟିକୁ ବିମାନବନ୍ଦରକୁ ଫେରାଇଆଣିଥିଲେ | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନର ୬ଇ ୨୦୬୫ ଉଡାଣ ଆରମ୍ଭ କରିଥିଲା | ତେବେ ଉଡ଼ାଣର ୨୫ ମିନିଟ ପରେ ବିମାନର ବାମ ପାର୍ଶ୍ୱ ଇଂଜିନରେ ସମସ୍ୟା ଥିବାର ଜଣାପଡିଥିଲା |

gpkandhamal

ଏହାପରେ ପାଇଲଟ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାକୁ ଏଟିସି ସହ ଯୋଗାଯୋଗ କରିଥିଲେ | ଆଉ ଏଟିସିର ଅନୁମତି ପରେ ବିମାନଟି ଜରୁରୀ ଅବତରଣ କରିଛି | ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଏବେ ବିମାନଟି ଭୁବନେଶ୍ୱର ବିମାନବନ୍ଦରରେ ଅଛି |

Umasankar Adv
Leave A Reply

Your email address will not be published.