ଇଞ୍ଜିନ୍‌ ଷ୍ଟାର୍ଟ କରି ଚନ୍ଦ୍ରପୃଷ୍ଠରୁ ଉପରକୁ ଉଠି ପୁଣି ତଳକୁ ଖସି ପାରୁଛି ‘ଲାଣ୍ଡର୍‌ ବିକ୍ରମ’

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୩’ ଅଭିଯାନର ଅଂଶବିଶେଷ ‘ବିକ୍ରମ ଲାଣ୍ଡର୍‌’ ଚନ୍ଦ୍ରପୃଷ୍ଠରେ କୁଦା ମାରିବା ପରୀକ୍ଷାରେ ସଫଳ ହୋଇ ତା’ ଅଭିଯାନର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିବା କଥା ‘ଇସ୍ରୋ’ କହିଛି। କମାଣ୍ଡ୍‌ ବା ଆଦେଶ ଅନୁସାରେ, ‘ଲାଣ୍ଡର୍‌ ବିକ୍ରମ’ ତା’ର ଇଞ୍ଜିନ୍‌ଗୁଡ଼ିକୁ ‘ଫାୟାର୍‌’ କରି ନିଜେ ପ୍ରାୟ ୪୦ ସେଣ୍ଟିମିଟର୍‌ ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର୍‌ ଦୂରରେ ନିରାପଦରେ ଅବତରଣ କରିଛି।

ଭବିଷ୍ୟତର ଚନ୍ଦ୍ରାଭିଯାନରେ ଯାଉଥିବା ମହାକାଶ ଯାନ ପୁଣି ପୃଥିବୀକୁ ନିରାପଦରେ ଫେରି ଆସିବ ବୋଲି ଏହି ପରୀକ୍ଷା ଆଶା ସଞ୍ଚାର କରିଛି। ଚନ୍ଦ୍ରକୁ ମନୁଷ୍ୟ ଯାତାୟାତ କରିବାର ଆଶା ମଧ୍ୟ ଏହି ପରୀକ୍ଷା ଆଭାସ ଦେଇଛି।

Umasankar Adv
Leave A Reply

Your email address will not be published.