ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି | ପାଣିପାଗ ବିଭାଗର ସୂଚନା ମୁତାବକ ନବରଙ୍ଗପୁରରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ କଳାହାଣ୍ଡିରେ ୩୮ ପ୍ରତିଶତ , ଗଞ୍ଜାମ ଓ କେନ୍ଦ୍ରାପଡ଼ାରେ ୩୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହେଇଛି। ଉପକୂଳବର୍ତ୍ତୀ ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି ।

୧୨ ଜିଲ୍ଲା ମଧ୍ୟରୁ ୮ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଗତକାଲିଠାରୁ ଯେଉଁ ଘୂର୍ଣ୍ଣିବଳୟଟି ସକ୍ରିୟ ରହିଥିଲା ଆଜି ତାହା ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ପାଖାପାଖି ରହିଛି, ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ବିସ୍ତୃତି ବର୍ଷା ରହିବ। ଗତକାଲି ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା କଟକ ଜିଲ୍ଲାର ବାଙ୍କୀ ଠାରେ ପାଖାପାଖି ୧୩୩ ମିମି ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିସ୍ତୃତି ବର୍ଷା ରହିବ, ଆଗାମୀ ୨୪ ଘଣ୍ଟାରେ କିଛି ଜାଗାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଭାରି ବର୍ଷାର ସମ୍ଭାବନା ରହିଛି।

Umasankar Adv
Leave A Reply

Your email address will not be published.