ଉଦ୍‌ଘାଟନ ଅପେକ୍ଷାରେ ଇନ୍‌ଡୋର୍ ଷ୍ଟାଡିୟମ୍‌

ଜଟଣୀ: ବଡ଼ନୂଆଗାଁ ନିକଟ ଆଇଆଇଟି ଛକରେ ରାଜ୍ୟ ସରକାର ୯ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍। ନିର୍ମାଣ କାର୍ଯ୍ୟ ଜୁଲାଇ ୩୧ ତାରିଖରୁ ସରିଯାଇଥିବା ବେଳେ ଉଦ୍‌ଘାଟନ ଅପେକ୍ଷାରେ ରହିଛି। ଚଳିତ ମାସ ‌ଶେଷ ସୁଦ୍ଧା ଏହି ପ୍ରତୀକ୍ଷିତ ଷ୍ଟାଡିୟମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା କୁହାଯାଉଛି। କିନ୍ତୁ ଉଦ୍‌ଘାଟନ ପୂର୍ବରୁ ଏଠାରେ ନମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ଉଠିଲାଣି। ବିଲ୍ଡିଂ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ସେଥିରେ ସିମେଣ୍ଟ, ଚୂନ ଲେପ ଦିଆଯାଇ ଲୁଚାଯାଇଛି ବୋଲି ଅଭିଯୋଗ ହେଉଛି।

gpkandhamal

ସ୍ଥାନୀୟ କ୍ରୀଡ଼ାପ୍ରେମୀମାନଙ୍କ କହିବା କଥା ଜଟଣୀର କ୍ରୀଡ଼ା ଇତିହାସ ବହୁ ପୁରୁଣା। ଏଠାରେ କ୍ରିକେଟ୍‌, ଫୁଟ୍‌ବଲଠାରୁ ଆରମ୍ଭ କରି ଟେନିସ୍‌, ବ୍ୟାଡ୍‌ମିଣ୍ଟନ, ଚେସ୍‌, କ୍ୟାରମ୍‌ ଆଦି ସବୁ ବର୍ଗର ଖେଳାଳୀ ପୂର୍ବରୁ ଥିଲେ ଏବଂ ଏବେ ବି ଅଛନ୍ତି। ତେଣୁ ଇନ୍‌ଡୋର ଷ୍ଟାଡିୟମ୍‌ ଜଟଣୀ ପାଇଁ ଏକ ବରଦାନ ସଦୃଶ ହେବ। ଏଭଳି ଏକ ଷ୍ଟାଡିୟମ୍‌ ନିର୍ମାଣ ହେବା ପରେ ଜଟଣୀର କ୍ରୀଡ଼ାପ୍ରେମୀ ମହଲରେ ଖୁସିର ଲହରି ଖେଳିଯାଇଛି। କିନ୍ତୁ ନିମ୍ନମାନର କାମକୁ ନେଇ ସେମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଲ୍‌ଡିଂ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଠିକାଦାର ଫାଟକୁ ଲୁଚାଇବାକୁ ସିମେଣ୍ଟ ଓ ଚୂନ ବୋଳି ଦେଇଛନ୍ତି। ଉଦ୍‌ଘାଟନ ହୋଇନି, ଅଥଚ ଅବସ୍ଥା ଏମିତି। ତେଣୁ ବିଲ୍‌ଡିଂର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଲାଣି। ସରକାର ମହତ ଉଦ୍ଦେଶ୍ୟ ରଖି କୋଟି କୋଟି ଟଙ୍କା ଖର୍ଚ୍ଚ କଲେ, ଅଥଚ କିଛି ଅସାଧୁ ବେପାରୀ ନିମ୍ନମାନର କାମ କରି ଫାଇଦା ଉଠାଇଛନ୍ତି ବୋଲି ସେମାନେ କହିଛନ୍ତି। ଏବେ କାନ୍ଥ କଥା ଜଣାପଡ଼ିଛି, କାଲି ହୁଏତ ଭିତରେ ଅନେକ କିଛି କାମେି ତ୍ରୁଟି ନଥିବ ବୋଲି କିଏ ନିଶ୍ଚିତ କରିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତେଣୁ ଉଦ୍‌ଘାଟନ ପୂର୍ବରୁ ଏହି ଷ୍ଟାଡିୟମ୍‌ ନିର୍ମାଣ କାମର ବିଧିବଦ୍ଧ ଯାଞ୍ଚ କରାଯାଉ ବୋଲି ଦାବି ହୋଇଛି। ସେହିଭଳି ଫୁଟ୍‌ବଲ୍ ଓ କ୍ରିକେଟ୍‌ ଭଳି କ୍ରୀଡ଼ାର ବିକାଶ ପାଇଁ ଶରତ ପାଇକରାୟ ଷ୍ଟାଡିୟମ୍‌କୁ ମଧ୍ୟ ନବୀକରଣ କରାଯାଉ ବୋଲି ବହୁ କ୍ରୀଡ଼ାପ୍ରେମୀ ଦାବି କରିଛନ୍ତି।

Umasankar Adv
Leave A Reply

Your email address will not be published.