ଟାଟା ପାୱାରର ଅଭିଯୋଗ ସମାଧାନ ପ୍ରକୋଷ୍ଠ ଉଦ୍‌ଘାଟିତ

ଭବାନିପାଟଣା : ଓଡ଼ିଶା ବିଦ୍ୟୁତ ନିୟନ୍ତ୍ରଣ କମିଶନ(ଓଇଆରସି) ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଶୁକ୍ରବାର ସ୍ଥାନୀୟ ପୁରୁଣାପଡ଼ାଠାରେ ଟାଟା ପାୱାରର ଏକ ଅଭିଯୋଗ ସମାଧାନ ପ୍ରକୋଷ୍ଠ(ଜିଆରଏଫ୍) ଉଦ୍‌ଘାଟିତ ହୋଇଯାଇଛି । ଏଠାରୁ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ପ୍ରାୟ ୨ ଲକ୍ଷ ୮୦ ହଜାରରୁ ଅଧିକ ବିଦ୍ୟୁତ ଗ୍ରାହକ ଲାଭାନ୍ଵିତ ହେଇପାରିବେ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଛନ୍ତି । ମିଟର ରିଡିଂ, ବିଲିଂ ଆଦି ବିଭିନ୍ନ ସମସ୍ୟା ପାଇଁ ପୂର୍ବରୁ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ବିଦ୍ୟୁତ ଗ୍ରାହକଙ୍କୁ ବଲାଙ୍ଗୀର ଯିବାକୁ ପଡୁଥିଲା ।

gpkandhamal

ତେବେ ଏଠାରେ ଅଫିସ ଖୋଲିବା ଯୋଗୁଁ କମ୍ ସମୟରେ ଗ୍ରାହକଙ୍କ ଅଭିଯୋଗର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଏଠାରେ ଅଫିସ କାମ କରିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଇଆରସିର ବରିଷ୍ଠ କର୍ମକର୍ତ୍ତା ଗଜେନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ରାୟ ମହାପାତ୍ର, କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଟିପି ଡ଼ବ୍ଲ୍ୟୁଓଡିଏଲର ସିଇଓ ଇଞ୍ଜିନିୟର ଗଜାନନ କାଲୋ, କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ସମେତ କଳାହାଣ୍ଡି ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Umasankar Adv
Leave A Reply

Your email address will not be published.