ବେଆଇନ ଗର୍ଭ ନିରୂପଣ ଓ ଗର୍ଭପାତ କେନ୍ଦ୍ରରେ ଚଢ଼ଉ

କଟକ: ରାଜ୍ୟର ସ୍ବାସ୍ଥ୍ୟ ରାଜଧାନୀ କୁହାଯାଉଥିବା କଟକର ବ୍ୟସ୍ତବହୁଳ ବାଦାମବାଡ଼ି ଓ ଲିଙ୍କରୋଡ୍‌ ଅଞ୍ଚଳରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍‌ରେ ଆଜି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ମାଜିଷ୍ଟ୍ରେଟ୍‌ ଓ ପୁଲିସ ଉପସ୍ଥିତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଡ୍ରଗ୍ସ କଂଟ୍ରୋଲ୍‌ ବିଭାଗ ଟିମ୍‌ ମିଳିତ ଭାବେ ବାଦାମବାଡ଼ିର ରକ୍ସି ଲେନ୍‌, ଆଳି କ୍ୟାମ୍ପସ ଓ ଲିଙ୍କରୋଡ୍‌ର ହେଲ୍‌ଥ କେୟାର୍‌ ହସ୍ପିଟାଲ୍‌ରେ ଚଢ଼ଉ କରି ୨ଟି ଅଣପଞ୍ଜିକୃତ ପୋର୍ଟେବୁଲ୍‌ ଅଲଟ୍ରାସାଉଣ୍ଡ ମେସିନ୍‌, ମେସିନ୍‌ର ବିଭିନ୍ନ ଉପକରଣ, ବିପୁଳ ପରିମାଣର ଗର୍ଭପାତ ଔଷଧ, ସାଲାଇନ୍‌ ଓ ଇଞ୍ଜେକସନ୍‌ ଆଦି ଜବତ୍‌ କରିଛନ୍ତି। ଏଥି ସହିତ ଏହି ଟିମ୍‌ ୨ଟି ଅଣପଞ୍ଜିକୃତ କ୍ଲିନିକ୍‌ ଓ ହେଲ୍‌ଥ କେୟାର୍‌ ହସ୍ପିଟାଲ୍‌କୁ ସିଲ୍‌ କରିଛନ୍ତି।

gpkandhamal

ଚଢ଼ଉ ସମୟରେ ଜଣେ କ୍ବାକ୍‌ ଫେରାର୍‌ ହୋଇଯାଇଥିବା ବେଳେ ସ୍ବାମୀ-ସ୍ତ୍ରୀଙ୍କୁ ସ୍ବାସ୍ଥ୍ୟ ବିଭାଗ ବାଦାମବାଡି ପୁଲିସକୁ ହସ୍ତାନ୍ତର କରିଛି। କ୍ଲିନିକ୍‌ରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଓ ଗର୍ଭପାତ କରାଯାଉଥିବା ସୂଚନା ମିଳିଛି। ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା। ଏହି କାରବାର ପଛରେ ୨ଜଣ ଡାକ୍ତରଙ୍କ ସଂପୃକ୍ତି ରହିଥିବା ନେଇ ବି ଚର୍ଚ୍ଚା ହେଉଛି। ଏହି ଘଟଣାରେ ମାମୁନି ମହାପାତ୍ର ଓ ମାମୁନିଙ୍କ ସ୍ବାମୀ ନିଜିତ୍‌ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗ ବାଦାମବାଡି ପୁଲିସକୁ ହସ୍ତାନ୍ତର କରିବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି।

Umasankar Adv
Leave A Reply

Your email address will not be published.