ଉତ୍ତର କୋରିଆ ଗସ୍ତ କରିବାକୁ କିମ୍‌ଙ୍କ ନିମନ୍ତ୍ରଣ ଗ୍ରହଣ କଲେ ରାଷ୍ଟ୍ରପତି ପୁଟିନ୍‌

ଭ୍ଲାଦିଭୋସ୍ତୋକ୍‌: ଉତ୍ତର କୋରିଆ ଗସ୍ତ କରିବା ଲାଗି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ନିମନ୍ତ୍ରଣ ରକ୍ଷା କରିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ଆଜି ରିପୋର୍ଟ କରିଛି। ଭ୍ଲାଦିଭୋସ୍ତୋକ୍‌ରେ ‘ପୂର୍ବାଞ୍ଚଳ ଅର୍ଥନୈତିକ ସାମ୍ମୁଖ୍ୟ’ରେ ପୁଟିନ୍‌ଙ୍କ ସହିତ ଆଲୋଚନା କରିବା ସମୟରେ ଉତ୍ତର କ‌ୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ତାଙ୍କୁ ନିମନ୍ତ୍ରଣ କରିଥିଲେ।

gpkandhamal

ରିପୋର୍ଟରେ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ (କେସିଏନ୍‌ଏ) କହିଛି: ଆତିଥେୟତା (ଭୋଜନ) ପରେ କିମ୍‌ ଜୋଙ୍ଗ୍‌ ଉନ୍‌ ସୌଜନ୍ୟ ସହକାରେ ନିଜ ସୁବିଧା ଅନୁସାରେ ଉତ୍ତର କୋରିଆ ଗସ୍ତରେ ଆସିବାକୁ ପୁଟିନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ପୁଟିନ୍‌ ଆନନ୍ଦ ସହକାରେ ଆମନ୍ତ୍ରଣ ରକ୍ଷା କରିଛନ୍ତି ଓ ପୁଣି ଥରେ କହିଛନ୍ତି ଯେ, ରୁଷ୍‌-‘ଡିପିଆର୍‌କେ’ର (ଉତ୍ତର କୋରିଆ) ବନ୍ଧୁତ୍ବର ଇତିହାସ ଓ ପରମ୍ପରାକୁ ସେ ଆଗେଇ ନେଉଥିବେ।

Umasankar Adv
Leave A Reply

Your email address will not be published.