ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏ କେମିତି ବନ୍ଧନ’

ଭୁବନେଶ୍ବର: ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏ କେମିତି ବନ୍ଧନ’। ଜେମ୍ସ ଫିଲ୍ମ୍‌ସ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ର ଏକ ପାରିବାରିକ କଥାବସ୍ତୁ ଉପରେ ଆଧାରିତ। ଏଥିରେ ଅଭିନେତା ଅମନ୍ ଓ ଅଭିନେତ୍ରୀ କୁକିଜ୍ ସ୍ୱାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଦୀପକ ମହାରଣା, ମାନସ ମିଶ୍ର, ପୂର୍ଣ୍ଣ ପାତ୍ର, ତପନ ସାହୁ, ମୁନ୍ନା ମଲ୍ଲିକ, ସ୍ମିତା ଚକ୍ରବର୍ତ୍ତୀ, କୁହୁ, ମଧୁ ବାରିକ, ସୂର୍ଣ୍ଣଲତା, ରାଜଲକ୍ଷ୍ମୀ, ସତ୍ୟେନ୍ଦ୍ର, ରୁଦ୍ର, ଜ୍ୟୋତିଶ୍ରୀ ପ୍ରମୁଖ କଳାକାର ଏଥିରେ ନଜର ଆସିବେ। ରାକେଶ ସାମଲ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।

gpkandhamal

ଜେମ୍ସ ଓ ପ୍ରଭାତଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ସହ ପ୍ରଯୋଜକ ଅଛନ୍ତି ସ୍ମିଥ୍‌ ବାରିକ ଏବଂ ଏ.ଆର. ହାରିସ ବାଦୀ କ୍ରିଏଟିଭ ପ୍ରଯୋଜକ ରହିଛନ୍ତି। ସିନେମାଟୋଗ୍ରାଫର ଭାବେ ଦେବେନ୍ଦ୍ର ପ୍ରଧାନ ଥିବା ବେଳେ ପ୍ରଡକ୍ସନ କଣ୍ଟ୍ରୋଲର ଭାବେ କାମ କରୁଛନ୍ତି ଚିକୁ। ଭରତ ପ୍ରଧାନ ଚଳଚ୍ଚିତ୍ରରେ ଗଣମାଧ୍ୟମ ସଂଯୋଜକ ଅଛନ୍ତି। କଟକ, ଯାଜପୁର ଏବଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ‘ଏ କେମିତି ବନ୍ଧନ’ର ଶୁଟିଂ ଚାଲିଥିବା ସୂଚନା ମିଳିଛି।

Umasankar Adv
Leave A Reply

Your email address will not be published.