ପିଏମଇସିରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଗୋପାଳପୁର : ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାୟଲୟରେ ବିଭିନ୍ନ ସମସ୍ୟାକୁ ନେ଼ଇ ଛାତ୍ରଛାତ୍ରୀ ମାନେ‌‌ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ। ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଦଶ ଦଫା ଦାବି ମଧ୍ୟରେ ହଷ୍ଟେଲକୁ ଫେରିବା ସମୟର ନୋଟିସ୍ ପ୍ରତ୍ୟାହାର କରିବା, ବେଆଇନ୍ ଫାଇନ ଆଦାୟ ବନ୍ଦ କରିବା, ଛାତ୍ରୀ ନିବାସରେ ଛାତ୍ରୀ ମାନଙ୍କ ମୌଳିକ ଅଧିକାରକୁ ବଜାୟ ରଖିବା, କ୍ୟାମ୍ପସ ପରିସରରେ ମେଡ଼ିକାଲ ସୁବିଧା, ହଷ୍ଟେଲର ରକ୍ଷଣା ବେକ୍ଷଣ ସହିତ ବିନା ସ୍ୱାକ୍ଷରରେ ମେସ ବିଲ୍ ଆଦାୟ ଓ ରନ୍ଧାଖାଦ୍ୟରେ ପରିବର୍ତ୍ତନ ଭଳି ଦାବି ରହିଥିଲା।

gpkandhamal

ଦୁଇ ଘଣ୍ଟା ଧାରଣା ଦେବା ପରେ କଲେଜ୍ ହଷ୍ଟେଲ ଅଧିକ୍ଷକ ପ୍ରଫେସର ପୁର୍ଣ୍ଣ ଚନ୍ଦ୍ର ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ଦାବି ପତ୍ର ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ହଷ୍ଟେଲ ସମସ୍ୟାକୁ ନୋଟିସ ମାଧ୍ୟମରେ ସମାଧାନ କରିବାରୁ ପ୍ରତିଶ୍ରୁତି ଦେବା ସହ ମେଡ଼ିକାଲ ସୁବିଧାକୁ କଲେଜ ଅଧ୍ୟକ୍ଷ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରାଯିବ ବୋଲି ମତ ପ୍ରକାଶ କରିଥିଲେ । ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀ ମାନେ ଧାରଣାରୁ ଓହରି ଶ୍ରେଣୀଗୃହକୁ ଯାଇଥିଲେ । ସୂଚନାଯୋଗ୍ୟ କ୍ୟାମ୍ପସରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ରହୁଥିବା ବେଳେ ପ୍ରାଥମିକ ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ଥା ନଥିବାରୁ କୌଣସି ବିଦ୍ୟାର୍ଥୀଙ୍କ ସାମାନ୍ୟ ଦେହ ଖରାପ ହେଲେ ନରେନ୍ଦ୍ର ପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ବ୍ରହ୍ମପୁର ବଡ ମେଡିକାଲ ଯିବାକୁ ପଡିଥାଏ ବୋଲି ବିଦ୍ୟାର୍ଥୀ ମାନେ ମତପ୍ରକାଶ କରିଛନ୍ତି ।

Umasankar Adv
Leave A Reply

Your email address will not be published.