କନ୍ଧମାଳ ଜିଲ୍ଲା କୁମ୍ଭକାର ସମାଜର ଗୁରୁତ୍ୱପୂର୍ଣ୍ଣ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୁମ୍ଭକାର ସମାଜ ର ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟରେ ଜାତିର ଉତ୍ତୋରତୋର ଉନ୍ନତି ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କୋର୍ଟ ଛକ ସ୍ଥିତ ଭବନ ଠାରେ ଶ୍ରୀ ରଣା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଜିଲାରେ ତଥା ରାଜ୍ୟରେ ବସବାସ କରୁଥିବା କୁମ୍ଭାର ମାନଙ୍କର ବିଭିର୍ଣ୍ଣ ପ୍ରକାର ସମସ୍ୟାର ସମାଧାନ କରିବା ପାଇଁ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ | କନ୍ଧମାଳ ଜିଲ୍ଲା କୁମ୍ଭକାର୍ ସମାଜ ତା -୨୨.୦୫.୧୯୬୪ ମସିହା ଠାରୁ ଅଣ ଆନୁଷ୍ଠାନିକ ଭାବରେ କାର୍ଯ୍ୟ କରି ଆସି ଗତ ତା -୧୬.୦୪.୧୮୯୩ ମସିହାରେ ସରକାରୀ ସ୍ତରରେ ପଞ୍ଜିକରଣ ହୋଇଅଛି। କନ୍ଧମାଳ ଜିଲ୍ଲା ରେ ପ୍ରାୟ ୧୮୦୦ କୁମ୍ଭକାର ପରିବାର ବସବାସ କରନ୍ତି । ଏହି କୁମ୍ଭକାର ଜାତି ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କ ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ରେ ମାଟିରେ ତିଆରି କରି ଉପକରଣମାନ ଯୋଗାଇ ତାଙ୍କର ପାରମ୍ପରିକ ପର୍ବ ପର୍ବାଣୀରେ ସାମିଲ ହୋଇ ବହୁତ ଦୁଃଖ କଷ୍ଟରେ ଜୀବନ ଯାପନ କରିଆସୁଛନ୍ତି । ଏହି କୁମ୍ଭକାର ସମାଜ ପ୍ରତିବର୍ଷ ବାର୍ଷିକ ସମ୍ଭିଳନୀ କରି ସାମାଜିକ ଗଠନ ମୂଳକ କାର୍ଯ୍ୟ କରି ଆସୁଛି ଯଥା :- ବାଲ୍ୟ ବିବାହ ପ୍ରତିରୋଧ,ନାରୀ ଶିକ୍ଷା, ଟେରା କୋଟା ତାଲିମ ,କୌଳିକ ବୃତ୍ତିର ପୂନଃରୁଦ୍ଧାର , କୁସଂସ୍କାର , ଅନ୍ଧ ବିଶ୍ବାସ ,ଯୌତୁକ ପ୍ରଥା ବିଲୋପ ତଥା ଜାତି ଭାଇ ଭଉଣୀ ଙ୍କ ମଧ୍ୟରେ ଥିବା ସମସ୍ୟାର ସରଳ ସମାଧାନ ମଧ୍ୟ୍ୟ କରି ଆସୁଅଛି । ଆଜି କାଲି ମାଟି ପାତ୍ରର ଚାହିଦା ଧୀରେ ଧୀରେ କମି ଯାଇଥିବା ହେତୁ କୁଶଳୀ କାରିଗର ମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ତେଣୁ କୁମ୍ଭକାର ସମାଜ ବର୍ତ୍ତମାନଦେଶ ଦୁନିଆର ସାମାଜିକ ସ୍ଥିତି, ଆର୍ଥିକ ବିକାଶ, ଓ ସ୍ୱାସ୍ଥ୍ୟ ସେବା ସହିତ ଶିକ୍ଷା କ୍ଷେତ୍ରରେ ସୁବିଧା ଯୋଗାଇ ଦେବାପାଇଁ ସରକାରଙ୍କ ନିକଟରେ ଦୃଢ଼ ଭାବେ କ୍ଷୋଭର ସହିତ ଦାବୀ ଉପସ୍ଥାପନା ଦାବି ଉପସ୍ଥାପନା କରିଛି ସମାଜ , ଦାବିଗୁଡିକ ହେଲା :-ମୁଖ୍ୟତଃ କୁଶଳୀ ଟେରାକୋଟା କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କା ଭତା ଯୋଗାଇ ଦିଆଯିବା ସହିତ, ଆଉ ୬ ଗୋଟି ଦାବି ଉପସ୍ଥାପନ କରିଛନ୍ତି।୧- କୁମ୍ଭାର ଜାତିକୁ ଅନୁସୂଚିତ ଜନଜାତି ର ମାନ୍ୟତା ପ୍ରଦାନ କରାଯାଉ।୨- କୁମ୍ଭାର କାରିଗର ମାନଙ୍କୁ କାରିଗର ଭତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉର୍ନ୍ନତ ମାନର କୁମ୍ଭାର ଶାଳ ଗୃହ ଯୋଗାଇ ଦିଆଯାଉ।୩- କୌଳିକ ବୃତ୍ତିର ପୁନରୁଦ୍ଧାର ପାଇଁ ଉନ୍ନତମାନର ଟେକାକୋଟା ତାଲିମ ପ୍ରଦାନ କରାଯାଇ ଉର୍ନ୍ନତ ମାନର ଯନ୍ତ୍ରଚାଳିତ ଚକ ଓ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଉ।୪- ଶିକ୍ଷ୍ୟା କ୍ଷେତ୍ର ରେ ଆବଶ୍ୟକ ବିଦ୍ୟାଳୟମାନଙ୍କ ରେ ଶିକ୍ଷାଲାଭ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସୁଜଗୋ ଦେବା ସହିତ ଛାତ୍ର ବୃତ୍ତି ପ୍ରଦାନ କରାଯାଉ |୫- ଜିଲ୍ଲା କୁମ୍ଭକାର ସମାଜ ଭବନ ଆମ୍ବପଡ଼ା ଛକ, ଓ ଗଞ୍ଜୁଗୁଡ଼ା ଠାରେ ଏକ ଗୋଷ୍ଟି ସେବା କେନ୍ଦ୍ର ନିର୍ମାଣ କରାଯାଉ।୬- କୁମ୍ଭକାର ମାନଙ୍କ ସ୍ଥାୟୀ ଉନ୍ନତି ପାଇଁ ରାଜ୍ୟ ସ୍ଥରରେ ମାଟି କଳା ବୋର୍ଡ ଗଠନ କରାଯାଉ।ଆଗାମୀ ଦିନରେ ରାଜ୍ୟ ସରକାର ଉକ୍ତ ଦାବି ଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ସହିତ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କୁମ୍ଭାକାର ସମାଜର ସଭାପତି ଶ୍ରୀ ଲଳିତ ମୋହନ ରଣା ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଶ୍ରୀ ସୁବଳ ରଣା, କୋଷାଧ୍ଯକ୍ଷ ଶ୍ରୀ ସନ୍ତୋଷ କୁମାର ବେହେରା , ଶ୍ରୀ ଶଶି ରଣା ,ଶ୍ରୀ ଅରକ୍ଷିତ ବେହେରା , ତ୍ରିପତି ବେହେରା, ଶ୍ରୀ ଦାମୋଦର ରଣା, ବିକ୍ରମ ରଣା,ସୁଶାନ୍ତ କୁମାର ବେହେରା,ହରିଶଙ୍କର ରଣା ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.