ଠାକୁରମୁଣ୍ଡା ବଜାରରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ : ୨ ଗିରଫ

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରେ ଥିବା ଦୁଇଟି ଦୋକାନରୁ ପୁଲିସ ଚଢ଼ାଉ କରି ରବିବାର ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିଛି। ଘଟଣାରେ ସଂପୃକ୍ତ ୨ ଜଣ ଦୋକାନୀଙ୍କୁ ଠାକୁରମୁଣ୍ଡା ଥାନା ପୁଲିସ ଗିରଫ କରିଛି । ଗିରଫ ଚୋରାମଦ ବେପାରୀ ମାନେ ହେଲେ ରଞ୍ଜୁ ସାହୁ ଓ ଟୁଟୁ ବାରିକ ବୋଲି ଜଣା ପଡ଼ିଛି । ଠାକୁରମୁଣ୍ଡା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଛି । ମିଳିଥିବା ସୂଚନା ଅନୁଯାୟୀ ଚୋରାରେ ବିଦେଶୀ ମଦ ରଖି ଦୋକାନରେ ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୁବ୍ରତ କୁମାର ଓ  ପୁଲିସ କର୍ମଚାରୀ ମାନେ ଠାକୁରମୁଣ୍ଡା ବଜାରର ଆନନ୍ଦପୁର ରାସ୍ତାରେ ଥିବା ଶାନ୍ତି ହୋଟେଲ ଓ ସ୍କୁଲ ରାସ୍ତାରେ ଥିବା ଏକ ଅଣ୍ଡା ଦୋକାନ ଉପରେ ଚଢଉ କରିଥିଲେ। ଏହି ଦୁଇଟି ଦୋକାନରେ ଚଢଉ କରି ୧୦୭ ଲିଟର ୮୦୫ ମିଲିଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ବୋତଲକୁ ଜବତ କରିଥିଲେ। ଠାକୁରମୁଣ୍ଡା ବଜାରରେ ଖୋଲା ଖୋଲି ଚୋରାରେ ବିଦେଶୀ ଓ ଦେଶୀ ମଦ ବିକ୍ରୀ ହେଉଥିଲେ ମଧ୍ୟ ନ ଜାଣିବା ପରି ଠାକୁରମୁଣ୍ଡା ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୁଲିସ ଜାଣିପାରୁ ନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.